ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ପୁରୁଷ ବନ୍ଧୁ ଫେରାର

Sep 13, 2024 - 15:32
 0  1
ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ପୁରୁଷ ବନ୍ଧୁ ଫେରାର

ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରୁ ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରାଯାଇଛି ଜଣେ ଯୁବତୀଙ୍କ ମୃତଦେହ। ଖଣ୍ଡଗିରି ଥାନା ଅଧୀନରେ ଏକ ଆପାର୍ଟମେଣ୍ଟ ଘରୁ ଉଦ୍ଧାର କରାଯାଇଛି ଯୁବତୀଙ୍କ ମୃତଦେହ। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭଇନରେ ରହୁଥିବା ଜଣାପଡିଛି ପ୍ରାଥମିକ ତଦନ୍ତରୁ। ଯୁବତୀଙ୍କ ମୃତଦେହ ଦେଖି ପୁରୁଷ ବନ୍ଧୁ ହୋଇ ଯାଇଛନ୍ତି ଫେରାର। ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ କରିଛନ୍ତି ଅଭିଯୋଗ। ଯୁବକ ଓ ଯୁବତୀଙ୍କ ଘର ଗଞ୍ଜାମ ଜିଲା । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।

What's Your Reaction?

like

dislike

love

funny

angry

sad

wow