ରେଖାଙ୍କ ମୁହଁରେ ଅମିତାଭଙ୍କ କଥା

Dec 10, 2024 - 15:23
 0  4
ରେଖାଙ୍କ ମୁହଁରେ ଅମିତାଭଙ୍କ କଥା

ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟ ଏବଂ ପ୍ରତିଭାକୁ ଆଜି ପର୍ଯ୍ୟନ୍ତ ଭୁରିଭୁରି ପ୍ରଶଂସା କରୁଛନ୍ତି ଦର୍ଶକ। ନିକଟରେ ରେଖା ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ଆସିଥିଲେ ନଜର।  ଏହି କାର୍ଯ୍ୟକ୍ରମରେ ରେଖା ତାଙ୍କ କ୍ୟାରିୟର, ଅଭିନୟ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି କରିଥିଲ ଆଲୋଚନା।‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ରେଖାଙ୍କୁ ଯେତେବେଳେ ପ୍ରେମ ବିଷୟରେ ପଚରାଯାଇଥିଲା ରେଖା କହିଥିଲେ,‘ ଯଦି ତୁମର ପ୍ରେମ ବାସ୍ତବ ଓ ଭଲ ମଣିଷ ସହିତ ହୋଇଯାଇଛି ତେବେ ଜଣେ ବ୍ୟକ୍ତିଙ୍କୁ ଭଲ ପାଇବା ଯଥେଷ୍ଟ  ହୋଇଥାଏ।ମୋ କଥା କହିବାକୁ ଗଲେ ମୁଁ ସମସ୍ତ ଜିନିଷକୁ ଭଲପାଏ। ଯେମିତି କି ମୋ କାମକୁ, ଦୁନିଆକୁ , ପ୍ରକୃତିକୁ... ସବୁଠାରୁ ଅଧିକ ମୋତେ। ରଖା ଓ ଅମିତାଭ ବଚ୍ଚନଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଥିବା ବେଳେ।’କପିଲଙ୍କ କମେଡି କାର୍ଯ୍ୟକ୍ରମରେ ଅମିତାଭଙ୍କ ବିଷୟରେ ଆଲୋଚନା କରି ରେଖା କହିଥିଲେ, ‘ମୁଁ କେବିସି ସୋ’କୁ ଯାଇଥିବା ବେଳେ ବଚ୍ଚନ ସାହେବ ମୋ ମା’ଙ୍କୁ ପଚାରିଥିଲେ କ’ଣ ଖାଇ ଜନ୍ମ ଦେଇଛନ୍ତି। ମୁଁ ସଙ୍ଗେସଙ୍ଗେ ଉତ୍ତର ଦେଇ କହିଥିଲି, ‘‘ଡାଲି, ଭାତ।’ ମୋତେ ପଚାରନ୍ତୁ ନା ଗୋଟିଏ ଗୋଟିଏ ସଂଳାପ ମନେ ଅଛି।

What's Your Reaction?

like

dislike

love

funny

angry

sad

wow