୧୭୪ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ ସ୍ମିତଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, 'ତୁମ ପାଇଁ ଆମେ ସମସ୍ତେ ଗର୍ବିତ'

Oct 1, 2026 - 15:50
୧୭୪ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ ସ୍ମିତଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, 'ତୁମ ପାଇଁ ଆମେ ସମସ୍ତେ ଗର୍ବିତ'

ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ମଝି ଆକାଶରେ ଦୁଇ ପାଇଲଟଙ୍କ ମଧ୍ୟରେ ସଂଘର୍ଷ ପରେ ବିମାନକୁ ତାବୁକ୍‌ରେ ଜରୁରୀ ଅବତରଣ କରାଯାଇଥିଲା। ଗୁରୁତର ଆହତ ହୋଇଥିବା ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସାହସକୁ ମୋଦୀ ଓ ନେତାନ୍ୟାହୁ ପ୍ରଶଂସା କରିଛନ୍ତି। 

ସ୍ମୀତ ମଚ୍ଛାର, ଏବେ ସବୁଠି ଏହି ନାଁକୁ ନେଇ ଚର୍ଚ୍ଚା। ଏହି ସାହସୀ ଭାରତୀୟ ପାଇଲଟ ବଞ୍ଚାଇଛନ୍ତି ୧୮୦ ଯାତ୍ରୀଙ୍କ ଜୀବନ। ଫଳରେ ଟଳିଯାଇଛି ୯/୧୧ ଭଳି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ। ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ‘ଫ୍ଲାଏଦୁବାଇ’ର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ବିମାନକୁ କ୍ରାସ କରିବାକୁ ଯୋଜନା କରାଯାଇଥିଲା । 

ବିମାନର କ୍ୟାପ୍ଟେନ୍ ଥିବା ଜଣେ ଭାରତୀୟ ପାଇଲଟ୍ କୋ-ପାଇଲଟ୍‌ଙ୍କ ବିରୁଦ୍ଧରେ ଲଢ଼ିଥିଲେ, ଯିଏ ବିମାନକୁ କ୍ରାସ୍ କରାଇବାକୁ ଚେଷ୍ଟା କରୁଥିଲେ। ଆତଙ୍କୀ ପାଇଲଟଙ୍କ ସହ ଲଢି ବିମାନକୁ ଦୁର୍ଘଟଣାକୁ ରକ୍ଷା କରିଥିଲେ ଭାରତୀୟ ପାଇଲଟ ସ୍ମିତ ମଚ୍ଛାର। ଗୁଜରାଟର ସେହି ସାହସୀ ଭାରତୀୟ ପାଇଲଟଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ, ସ୍ମିତ ମଚ୍ଛାର ହେଉଛନ୍ତି ପ୍ରକୃତ ହିରୋ। ୯/୧୧ ଭଳି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣକୁ ଟାଳିଦେଲେ ସ୍ମିତ। ତାଙ୍କ ପାଇଁ ଭାରତ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁବାଇରୁ ଇସ୍ରାଏଲ ଯାଉଥିବା ବିମାନକୁ କ୍ରାସ କରିବାକୁ ହୋଇଥିଲା ଯୋଜନା। Aସ୍ମୀତ ମଚ୍ଛାର, ଏବେ ସବୁଠି ଏହି ନାଁକୁ ନେଇ ଚର୍ଚ୍ଚା। ଏହି ସାହସୀ ଭାରତୀୟ ପାଇଲଟ ବଞ୍ଚାଇଛନ୍ତି ୧୮୦ ଯାତ୍ରୀଙ୍କ ଜୀବନ। ଫଳରେ ଟଳିଯାଇଛି ୯/୧୧ ଭଳି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ। 

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏକ୍ସରେ ଭାରତୀୟ ପାଇଲଟଙ୍କ ଅସାଧାରଣ ସାହସିକତା ପାଇଁ ସଲାମ୍ ଜଣାଇଛନ୍ତି। କହିଛନ୍ତି, ସେ ଜଣେ ପ୍ରକୃତ ହିରୋ। ଛୁରୀରେ ଗୁରୁତର ଭାବେ ଆହତ ହେବା  ଆହତ ହେବା ସତ୍ତ୍ୱେ ସେ ପ୍ରତିରୋଧ କରିଥିଲେ, ଲଢ଼ିଥିଲେ, କକପିଟ୍ ଦ୍ୱାର ଖୋଲିଥିଲେ ଏବଂ ଯାତ୍ରୀ ଓ କ୍ରୁଙ୍କୁ ଆକ୍ରମଣକାରୀକୁ ଦମନ କରିବାରେ ସକ୍ଷମ କରିଥିଲେ ଯାହା ଏକ ଭୟଙ୍କର ବିପର୍ଯ୍ୟୟକୁ ରୋକିଥିଲା ବୋଲି ସେ କହିଛନ୍ତି ।

ଟ୍ରମ୍ପ ମଧ୍ୟ ଭାରତୀୟ ପାଇଲଟଙ୍କୁ ହିରୋ ବୋଲି କହିଛନ୍ତି। ପ୍ରାରମ୍ଭିକ ତଦନ୍ତ ଅନୁସାରେ, କୋ-ପାଇଲଟ୍ ଜଣେ ଓମାନୀ ନାଗରିକ ଥିଲେ, ଯିଏ ମୁଖ୍ୟ ପାଇଲଟ୍‌ଙ୍କୁ ଛୁରୀରେ ଆଘାତ କରିବାକୁ ଚେଷ୍ଟା କରିଥିଲେ। ବିମାନ କ୍ରାସ କରିବା ପାଇଁ ଉଦ୍ୟମ କରୁଥିଲେ ସହ ପାଇଲଟ । ବୋଇଂ ୭୩୭ ମ୍ୟାକ୍ସ ବିମାନଟି ଜୋର୍ଡାନ ଆକାଶ ଦେଇ ଗତି କରୁଥିବା ବେଳେ ହଠାତ୍ କକପିଟ୍ ଭିତରେ ଦୁଇ ପାଇଲଟଙ୍କ ମଧ୍ୟରେ ତୀବ୍ର ବିବାଦ ଓ ମାରପିଟ୍ ଆରମ୍ଭ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ଜଣେ ପାଇଲଟ୍ ବିମାନକୁ କ୍ରାସ୍ କରାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ପାଇଲଟ୍ ତାଙ୍କୁ ବିରୋଧ କରିବାରୁ ତାଙ୍କୁ ଛୁରାମାଡ଼ କରାଯାଇଥିଲା। ଏହି ସଂଘର୍ଷ ସମୟରେ ବିମାନରୁ ବିପଦ ସଙ୍କେତ ସହିତ ବିମାନ ଅପହରଣ ବା ହାଇଜାକ୍ ସଙ୍କେତ 'ସ୍ମକ୍ କୋଡ୍ ୭୫୦୦' ଜାରି ହୋଇଥିଲା, ଯାହା ପରେ ଆନ୍ତର୍ଜାତୀୟ ବିମାନ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

କକପିଟ୍ ଭିତରୁ ଚିତ୍କାର ଶୁଣି ବିମାନରେ ଯାତ୍ରା କରୁଥିବା ଅନ୍ୟ ଅଫ୍-ଡ୍ୟୁଟି ପାଇଲଟ୍ ଓ କିଛି ଯାତ୍ରୀ ତୁରନ୍ତ ଭିତରକୁ ପଶି ଆକ୍ରମଣକାରୀ ପାଇଲଟକୁ କାବୁ କରିନେଇଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବିମାନଟିକୁ ତୁରନ୍ତ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଜରୁରୀ ଅବତରଣ କରାଯାଇଛି। ଆହତ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ଏବଂ ସମ୍ପୂର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। 

What's Your Reaction?

like

dislike

love

funny

angry

sad

wow