୩ ବର୍ଷ ପାଇଁ ଭାରତୀୟ ଖୋ ଖୋ ଦଳର ପ୍ରାୟୋଜକ ହେବ ଓଡ଼ିଶା

Jan 7, 2025 - 16:00
 0  3
୩ ବର୍ଷ ପାଇଁ ଭାରତୀୟ ଖୋ ଖୋ ଦଳର ପ୍ରାୟୋଜକ ହେବ ଓଡ଼ିଶା

ସ୍ବଦେଶୀ କ୍ରୀଡ଼ାକୁ ପ୍ରୋତ୍ସାହିତ ଦେବା ଲାଗି ଭାରତୀୟ ଜାତୀୟ ଖୋ ଖୋ ଟିମ୍‌ ପାଇଁ ଓଡ଼ିଶା ୩ ବର୍ଷ ସକାଶେ ପ୍ରାୟୋଜକ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି, ଏ ନେଇ ରାଜ୍ୟ ସରକାର ବାର୍ଷିକ  ନିବେଶ କରିବେ ୫ କୋଟି ଟଙ୍କା। ଜାନୁଆରୀ ୨୦୨୫ରୁ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ଓଡ଼ିଶା ମାଇନିଂ କର୍ପୋରେଶନ (ଓଏମ୍‌ସି) ଏଥିପାଇଁ ପାଣ୍ଠି ଯୋଗାଇଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ଭାରତୀୟ ହକିର ସଫଳ ପ୍ରାୟୋଜନ କରିଥିବା ଓଡ଼ିଶା ଖୋ ଖୋ ଦଳ ପାଇଁ ୧୫ କୋଟି ଟଙ୍କା ଦେଇ ଏହାର ପ୍ରଚାର ଓ ପ୍ରସାର ଦିଗରେ ପଦକ୍ଷେପ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳି ପ୍ରୋତ୍ସାହନ ପାଇବା ସହ ଓଡ଼ିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ  କରିପାରିବା ଉଜ୍ଜ୍ୱଳ।

What's Your Reaction?

like

dislike

love

funny

angry

sad

wow