ଆଜି ରଣଜୀ ଖେଳିବେ କୋହଲି
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳିବେ ରଣଜୀ ଟ୍ରଫି । ଆଜି ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ଖେଳାଯିବ ମ୍ୟାଚ। ଏଥିରେ ମୈଦାନକୁ ଓଲ୍ହାଇବେ ବିରାଟ କୋହଲି । କୁହାଯାଉଛି ବିରାଟଙ୍କ ପାଇଁ ଏହି ମ୍ୟାଚକୁ ଦର୍ଶକ ଫ୍ରିରେ ଦେଖିପାରିବେ । ତେଣୁ ବିରାଟଙ୍କ ପାଇଁ ବଢାଇ ଦିଆଯାଇଛି ସୁରକ୍ଷା । ବିରାଟ ଶେଷ ଥର ପାଇଁ ୨୦୧୨ରେ ଖେଳିଥିଲେ ରଣଜୀ। ତେବେ ୧୩ ବର୍ଷ ପରେ ବିରାଟ କୋହଲି ରଣଜୀ ଖେଳିବାକୁ ଓହ୍ଲାଇଛନ୍ତି । ୨୦୨୪ରେ ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ଦେଇ ଗତି କରିବା ପରେ ଏବେ ରଣଜୀ ଖେଳିବାକୁ କଠିନ ପରିଶ୍ରମ କରୁଛନ୍ତି କୋହଲି।
What's Your Reaction?