ସଲମାନ ଖାନ : ମୋ ପରିବାରର ଜୀବନ ବିପଦରେ

Jul 25, 2024 - 13:53
 0  2
ସଲମାନ ଖାନ : ମୋ ପରିବାରର ଜୀବନ ବିପଦରେ

ବଲିଉଡ ଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ତୁହାକୁ ତୁହା ହତ୍ୟା ଧମକ ଦେବା ଏବଂ ଏପ୍ରିଲ ୧୪ ତାରିଖରେ ତାଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼ ମାମଲାରେ ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ସଙ୍ଗେସଙ୍ଗେ ଯାଞ୍ଚ ଆରମ୍ଭ କରି ଦୁଇଜଣ ଅଭିଯୁକ୍ତଙ୍କୁ କରିଥିଲା ଗିରଫ ।ଏହି ଗୁଳିମାଡ଼ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚର୍ଚ୍ଚାର ପରିସରକୁ ଆସିଥିଲା। କାରଣ କିଛିବର୍ଷ ପୂର୍ବରୁ  ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବାକୁ  ଦେଇଥିଲା ଧମକ। ସଲମାନଙ୍କ ଘର ଉପରକୁ ଗୁଳି କରିବାକୁ ଅପରାଧୀ ବାଇକରେ ଆସିଥିଲେ। ଆଉ ନିର୍ଭୟରେ ସୁପରଷ୍ଟାରଙ୍କ ଘର ଉପରକୁ ଗୁଳି କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମୁମ୍ବାଇ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।  ଏହି ଗୁଳିକାଣ୍ଡ ଘଟଣାକୁ ନେଇ ମୁମ୍ବାଇ ପୁଲିସ ସଲମାନଙ୍କ ବୟାନ ରେକର୍ଡ କରିଥିଲା।ସଲମାନ ଖାନଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ ଚାର୍ଜସିଟ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଦାୟର କରିଛି। ଏଥିରେ ସୁପରଷ୍ଟାର ବୟାନ ଦେଇ କହିଥିଲେ, ‘୨୦୨୨ରେ ମୋର ବାପା ଘରେ ପଡ଼ିଥିବା ଏକ ଟେବୁଲରୁ ପାଇଥିବା ଚିଠିରେ ମୋତେ ଓ ମୋ ପରିବାରକୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। 

What's Your Reaction?

like

dislike

love

funny

angry

sad

wow