ଆଜି ସପ୍ତପୁରୀ ଅମାବାସ୍ୟା : ମହାପ୍ରଭୁଙ୍କ ନିକଟରେ ଲାଗି ହେବ ସପ୍ତପୁରୀ ଭୋଗ

Sep 3, 2024 - 11:46
 0  1
ଆଜି ସପ୍ତପୁରୀ ଅମାବାସ୍ୟା : ମହାପ୍ରଭୁଙ୍କ ନିକଟରେ ଲାଗି ହେବ ସପ୍ତପୁରୀ ଭୋଗ

ଆଜି ସପ୍ତପୁରୀ ଅମାବାସ୍ୟା । ଆଜିର ଦିନରେ ମହାପ୍ରଭୁଙ୍କ ନିକଟରେ ଲାଗିହୋଇଥାଏ ସପ୍ତପୁରୀ ଭୋଗ। ଠାକୁରଙ୍କ ଅବକାଶ ନୀତି ସରିବା ପରେ କରାଯାଇଥାଏ ବେଶ। ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ଆସିଥାଏ ରୋଷଘରୁ। ପୂଜାପଣ୍ଡା ଷୋଡଶ ଉପଚାରରେ କରିଥାନ୍ତି ପୂଜା। ସଂଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର କରିବେ ବିଜେ। ଏହି ଅବସରରେ ଗତକାଲି ଅଠରନଳା ନିକଟ ମାଆ ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ପହଂଚିଥିଲା ଶ୍ରୀମନ୍ଦିରରେ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ତାଡ ଗୁଡିକୁ ରଖାଯାଇଥିଲା ରୋଷ ବେହେରଣରେ। ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଯାଇଥିଲେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ।

What's Your Reaction?

like

dislike

love

funny

angry

sad

wow