ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା

Sep 11, 2024 - 14:40
 0  5
ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା

ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନିଲ ଆରୋରା । ଅଭିନେତ୍ରୀଙ୍କ ବାପା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ କରିଛନ୍ତି ଆତ୍ମହତ୍ୟା । ଏହି ଖବର ପରେ ମଲାଇକା ଆରୋରା ପୁଣେରୁ ଯାତ୍ରା କରିଛନ୍ତି ମୁମ୍ବାଇ ଅଭିମୁଖେ। ବର୍ତ୍ତମାନ ଅଭିନେତ୍ରୀଙ୍କ ବାପାଙ୍କ ମୃତଦେହ  ରଖାଯାଇଛି ବାବା ହାସପାତାଳରେ।ବୁଧବାର ସକାଳ ୯ଟାରେ ଘଟିଛି  ଏହି ଘଟଣା । ଖବରପାଇ ମୁମ୍ବାଇ ବାନ୍ଦ୍ରା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଦଳ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ। ଏହି ସମୟରେ ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ମଧ୍ୟ ପହଞ୍ଚିଛନ୍ତି ତାଙ୍କ ଘରେ। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରୁ କୌଣସି ସୂଚନା ପାଇନାହିଁ।

What's Your Reaction?

like

dislike

love

funny

angry

sad

wow