୧୦ରୁ ଜୀ ସାର୍ଥକରେ ନୂଆ ଧାରାବାହିକ: ‘ତୁମ ବିନା’

Jun 8, 2024 - 16:06
 0  6
୧୦ରୁ ଜୀ ସାର୍ଥକରେ ନୂଆ ଧାରାବାହିକ: ‘ତୁମ ବିନା’

ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକର ନୂଆ ମେଗା ଧାରାବାହିକ ‘ତୁମ ବିନା’ ଚଳିତ ଜୁନ୍‌ ମାସ ୧୦ ତାରିଖଠାରୁ ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ହେବ। ଶ୍ରଦ୍ଧା ସୁମନ ପ୍ରଡକ୍‌ସନ୍ ଦ୍ୱାରା ନିର୍ମିତ ହେଉଛି ଏଇ ଭିନ୍ନ ସ୍ୱାଦର ଧାରାବାହିକ ‘ତୁମ ବିନା’। ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ବିଜୟ ବାରିକ ଏବଂ ନିର୍ଦ୍ଦେଶକ ସରୋଜ ଦାସ। ଏହି ନୂଆ ମେଗା ଧାରାବାହିକରେ ମୁଖ୍ୟ ଭୂମିକାରେ ଆକାଶ ପୁରୋହିତ, ପୁଣ୍ୟଶ୍ରୋତା, ବୀରେନ ମିଶ୍ର, ଶୁଭ୍ରାଂଶୁ, ବିରାଜ ଏବଂ ଚୁନି ଅଛନ୍ତି।ତୁମ ବିନା’ର କାହାଣୀ ଟିକେ ଭିନ୍ନ। ପିପିଲିରେ ବାସ କରୁଥିବା ଲକ୍ଷ୍ମୀ ଯୋଉଠି ପାଦ ଦିଏ, ସେଠି କେବଳ ଶୁଭ ହିଁ ଶୁଭ ହୁଏ। ସମସ୍ତେ ଲକ୍ଷ୍ମୀକୁ ଶୁଭ ବୋଲି ମାନନ୍ତି। ଏକ ଦୁର୍ଘଟଣାରେ ଲକ୍ଷ୍ମୀର ବାପାମାଆଙ୍କ ମୃତ୍ୟୁ ଘଟେ। ଏହାପରେ ଲକ୍ଷ୍ମୀ ନିଜ ଭାଇ ଭଉଣୀଙ୍କ ସହ ଆସି ସହରରେ ଦାଦା ଖୁଡ଼ୀଙ୍କ ପାଖରେ ରହେ। ଲକ୍ଷ୍ମୀର ଲୋଭୀ ଓ କୁଚକ୍ରାନ୍ତକାରୀ ଖୁଡ଼ୀ ତାଙ୍କର ସମସ୍ତ ସମ୍ପତ୍ତି ହାତେଇବା ପାଇଁ ଲକ୍ଷ୍ମୀର ବାହାଘର ତାଙ୍କ ଭଣଜା ସହିତ କରାଇବା ପାଇଁ ସ୍ଥିର କରିଥିବା ବେଳେ ତାଙ୍କର ଏହି ଷଡ଼୍‌ଯନ୍ତ୍ର ବିଫଳ ହୋଇଯାଏ। ଅଜାଣତରେ ଲକ୍ଷ୍ମୀର ଅକ୍ଷୟ ସହ ଦେଖାହୁଏ। ଗୁରୁଦେବଙ୍କ କହିବା ଅନୁସାରେ ଅକ୍ଷୟର କୁଣ୍ଡଳୀରେ ଦୋଷ ଅଛି। ତେଣୁ ରିଷ୍ଟ ଖଣ୍ଡନ ପାଇଁ ଅକ୍ଷୟର ପରିବାର ଯଜ୍ଞ କରନ୍ତି। ପରିବାର ଲୋକେ ଅକ୍ଷୟର ବାହାଘର ଲକ୍ଷ୍ମୀ ସହ ଠିକ୍ କରନ୍ତି। ବାହାଘର ପରେ ଲକ୍ଷ୍ମୀ ଜାଣିବାକୁ ପାଏ ଯେ ଅକ୍ଷୟର ରିଷ୍ଟ ଖଣ୍ଡନ ପାଇଁ ତା’ ବାହାଘର ଅକ୍ଷୟ ସହ କରିଛନ୍ତି। ତେବେ ଅକ୍ଷୟ ଓ ଲକ୍ଷ୍ମୀଙ୍କ ଜୀବନ କେଉଁଆଡ଼େ ଗତି କରୁଛି ତାହା ଆସୁଥିବା ସମୟ ହିଁ କହିବ।

What's Your Reaction?

like

dislike

love

funny

angry

sad

wow