ଆନୁଷ୍ଠାନିକ ଭାବେ ଦଳ ପତାକା ଏବଂ ଚିହ୍ନ କରିଛନ୍ତି ଉନ୍ମୋଚନ କଲେ ବିଜୟ ଥାଲାପଥି

Aug 22, 2024 - 14:19
 0  3
ଆନୁଷ୍ଠାନିକ ଭାବେ ଦଳ ପତାକା ଏବଂ ଚିହ୍ନ କରିଛନ୍ତି ଉନ୍ମୋଚନ କଲେ ବିଜୟ ଥାଲାପଥି

ରାଜନୀତିରେ ପ୍ରବେଶ କରିଛନ୍ତି ତାମିଲ ମେଗାଷ୍ଟାର ବିଜୟ ଥାଲାପଥି।ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରିକାଝାଗାମ’ ଗଠନ ପାଇଁ କରିଥିଲେ ଘୋଷଣା । ଗୁରୁବାର ସେ ଚେନ୍ନାଇର ପାୟାନୁରସ୍ଥିତ ପାର୍ଟି ମୁଖ୍ୟାଳୟରେ ଏକ ବିଶାଳ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଦଳ ପତାକା ଏବଂ ଚିହ୍ନ କରିଛନ୍ତି ଉନ୍ମୋଚନ । ଏହି ଅବସରରେ ଦଳର ସଂଗୀତ ମଧ୍ୟ କରିଛନ୍ତି ଉନ୍ମୋଚନ ।ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବିଜୟ ଅନ୍ୟତମ ସଫଳ ଅଭିନେତା। ବିଶେଷ କରି ଯୁବକ ଏବଂ ମହିଳାମାନଙ୍କ ମଧ୍ୟରେ ସେ ବହୁତ ଲୋକପ୍ରିୟ। ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବିଜୟ ଏହି ସମାବେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି , ଦଳ ଖୁବ ଶୀଘ୍ର ଏକ ମେଗା ସମ୍ମିଳନୀ ଆୟୋଜନ କରିବ, ଯେଉଁଠାରେ ସେମାନେ ଟିଭିକେର ନୀତି ଏବଂ ଲକ୍ଷ୍ୟ ବିଷୟରେ କରିବେ ବର୍ଣ୍ଣନା ।

What's Your Reaction?

like

dislike

love

funny

angry

sad

wow