ଆପ୍‌କୁ ବଡ଼ ଝଟକା ; କେଜ୍ରିୱାଲଙ୍କ ଦଳ ଛାଡ଼ି କଂଗ୍ରେସରେ ଯୋଗଦେଲେ ପ୍ରିୟଙ୍କା କକ୍କର

Oct 3, 2026 - 15:42
ଆପ୍‌କୁ ବଡ଼ ଝଟକା ; କେଜ୍ରିୱାଲଙ୍କ ଦଳ ଛାଡ଼ି କଂଗ୍ରେସରେ ଯୋଗଦେଲେ ପ୍ରିୟଙ୍କା କକ୍କର

ସେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଥିବା ଦଳ ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି । କଂଗ୍ରେସ ପକ୍ଷରୁ ପ୍ରିୟଙ୍କା କକ୍କରଙ୍କ ଦଳରେ ଯୋଗଦାନର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । 

ଆମ ଆଦମୀ ପାର୍ଟିକୁ ବଡ଼ ଝଟକା । ଦଳର ମୁଖ୍ୟ ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସରେ ଯୋଗଦେଇଛନ୍ତି । ଶୁକ୍ରବାର ସେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଥିବା ଦଳ ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି । କଂଗ୍ରେସ ପକ୍ଷରୁ ପ୍ରିୟଙ୍କା କକ୍କରଙ୍କ ଦଳରେ ଯୋଗଦାନର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ତାଙ୍କ ସହ ରଜତ ରାକେଶ ଟଣ୍ଡନ ଏବଂ ପୂର୍ବତନ ବିଧାୟକ ଶ୍ୟାମ ସୁନ୍ଦର ଶର୍ମା ମଧ୍ୟ କଂଗ୍ରେସରେ ଯୋଗ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି ।

କଂଗ୍ରେସରେ ଯୋଗଦେବା ପରେ ପ୍ରିୟଙ୍କା କକ୍କର କହିଛନ୍ତି ଯେ, ସେ ପିଲାଦିନରୁ ଯେଉଁ ଦିଲ୍ଲୀରେ ବଢ଼ିଛନ୍ତି, ସେହି ଦିଲ୍ଲୀକୁ ପୁଣି ଫେରି ପାଇବାକୁ ଚାହୁଛନ୍ତି । ସେ ଏକ ସ୍ୱଚ୍ଛ, ସବୁଜ, ସମୃଦ୍ଧ ଏବଂ ସୁରକ୍ଷିତ ଦିଲ୍ଲୀ ଚାହୁଁଥିବା କହିଛନ୍ତି । ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ରାଜନୀତିରେ ତାଙ୍କର ୧୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ତାଙ୍କ ମତରେ, ଦିଲ୍ଲୀକୁ ସ୍ୱଚ୍ଛ, ସବୁଜ, ସମୃଦ୍ଧ ଓ ସୁରକ୍ଷିତ କରିବାରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ।

ଏହି ଅବସରରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ରାହୁଲ ଗାନ୍ଧୀ ସତ୍ୟତାକୁ ଗୁରୁତ୍ୱ ଦିଅନ୍ତି ଏବଂ ତାଙ୍କୁ ଦୁର୍ବଳ କରିବା ପାଇଁ ବିଭିନ୍ନ ପ୍ରୟାସ ସତ୍ତ୍ୱେ ସେ ଓ କଂଗ୍ରେସ ଦଳ ସ୍ଥିର ରହିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କାଙ୍କ କଂଗ୍ରେସରେ ଯୋଗଦାନକୁ ନେଇ ଦଳ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସର ବିଚାରଧାରାରେ ପ୍ରଭାବିତ ହୋଇ ଏଏପି ନେତା ପ୍ରିୟଙ୍କା କକ୍କର ଦଳରେ ଯୋଗ ଦେଇଛନ୍ତି । 

What's Your Reaction?

like

dislike

love

funny

angry

sad

wow