ଆମେରିକୀୟ ପେପର ନୋଟରେ ରହିବ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦସ୍ତଖତ

Mar 27, 2026 - 18:03
 0  4
ଆମେରିକୀୟ ପେପର ନୋଟରେ ରହିବ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦସ୍ତଖତ

ଆମେରିକାରେ ଭାଙ୍ଗିଛି ୧୬୫ ବର୍ଷର ଇତିହାସ । ଫେଡେରାଲ ମୁଦ୍ରାରୁ ହଟାଇ ଦିଆଯାଇଛି  ଆମେରିକା କୋଷାଧ୍ୟକ୍ଷଙ୍କ ଦସ୍ତଖତ। ଆମେରିକାର କାଗଜ ମୁଦ୍ରା ଖୁବଶୀଘ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦସ୍ତଖତ ବହନ କରିବ ବୋଲି ଘୋଷଣା କରିଛି ଟ୍ରେଜେରୀ ବିଭାଗ। ଆମେରିକୀୟ ସ୍ୱାଧୀନତାର ୨୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାବେଳେ ଗ୍ରହଣ କରାଯାଇଛି ଏହି ନୂଆ ପଦକ୍ଷେପ।  ୧୮୬୧ ମସିହାଠାରୁ ଫେଡେରାଲ୍ ମୁଦ୍ରାରେ ରହିଆସୁଥିଲା ଆମେରିକାର କୋଷାଧ୍ୟକ୍ଷଙ୍କ ଦସ୍ତଖତ । ଟ୍ରେଜେରୀ ଅନୁଯାୟୀ, ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟଙ୍କ ସହିତ ଟ୍ରମ୍ପଙ୍କ ସ୍ୱାକ୍ଷର ବିଶିଷ୍ଟ ପ୍ରଥମ ୧୦୦ ଡଲାର ବିଲ୍ ମୁଦ୍ରିତ ହେବ ଜୁନ୍ ମାସରେ I ଆଗାମୀ ମାସଗୁଡ଼ିକରେ ଅନ୍ୟାନ୍ୟ କାଗଜ ନୋଟ୍‌ଗୁଡ଼ିକ ବହନ କରିବେ ଅନୁରୂପ ଦସ୍ତଖତ ।

What's Your Reaction?

like

dislike

love

funny

angry

sad

wow