ଗପ ନୁହେଁ ସତ : କରୋନା ଭୁତାଣୁ ଭଲ କରିବ କର୍କଟ ରୋଗ !

Nov 20, 2024 - 12:47
 0  1
ଗପ ନୁହେଁ ସତ : କରୋନା ଭୁତାଣୁ ଭଲ କରିବ କର୍କଟ ରୋଗ !

ସାରା ବିଶ୍ୱକୁ ଥରାଇ ଦେଇଥିଲା ମହାମାରୀ କୋଭିଡ୍-୧୯ ଭୂତାଣୁ। କୋଭିଡ୍-୧୯ ସଂକ୍ରମଣରେ ଲକ୍ଷାଧିକ ଲୋକ ହରାଇଥିଲେ ଜୀବନ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି କୋଭିଡ-୧୯ ଭୁତାଣୁ କର୍କଟ ଟ୍ୟୁମରକୁ ସଙ୍କୁଚିତ କରିବାରେ ହୋଇପାରେ ସହାୟକ ।ଏହା ଦ୍ୱାରା କର୍କଟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଖୋଲି ପାରିବ ଆଉ ଏକ ଥେରାପିର ଦ୍ୱାର। ଉତ୍ତର ପଶ୍ଚିମ ମେଡିସିନ କ୍ୟାନିଂରେ କରାଯାଇଥିବା ଅନୁସନ୍ଧାନରୁ ମିଳିଛି ଏହି ରିପୋର୍ଟ।କୋଭିଡ୍ ମହାମାରୀ ସମୟରେ ଡାକ୍ତରମାନଙ୍କ ଅନୁଧ୍ୟାନ ବେଳେ ଜଣାପଡିଥିଲା ଯେ, କେତେଜଣ କର୍କଟ ରୋଗୀ, ଯେଉଁମାନେ କୋଭିଡ-୧୯ର ଶିକାର ହୋଇଥିଲେ, ତାଙ୍କଠାରେ କର୍କଟ ଟ୍ୟୁମର ସଙ୍କୋଚନ କିମ୍ବା ବୃଦ୍ଧିରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ଅନୁଧ୍ୟାନ ଗବେଷକମାନଙ୍କୁ ଅଧିକ ଅନୁସନ୍ଧାନ କରିବାକୁ କରିଥିଲା ପ୍ରୋସାହିତ। ଟ୍ୟୁମର ହ୍ରାସରେ ପ୍ରତିରକ୍ଷା କୋଷର ଭୂମିକାଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ-୧୯ ଭୂତାଣୁ ଶରୀରରେ ଥାଏ। ଏହା ମୋନୋସାଇଟ ନାମକ ଏକ ପ୍ରକାର ପ୍ରତିରକ୍ଷା କୋଷକୁ କରିଥାଏ ପ୍ରଭାବିତ। ସାଧାରଣତଃ ମୋନୋସାଇଟ ଅନ୍ୟ ପ୍ରତିରକ୍ଷା କୋଷକୁ ବିପଦ ବିଷୟରେ ସଚେତନ କରି ସଂକ୍ରମଣ ରୋକିବାରେ ସାହାଯ୍ୟ କରେ।ଯାହାକି ଟ୍ୟୁମର ଅନ୍ୟ କର୍କଟ-ପ୍ରତିରୋଧକ ପ୍ରତିରକ୍ଷା କୋଷକୁ ଆକର୍ଷିତ କରି କର୍କଟ କୋଷକୁ ଟାର୍ଗେଟ କରିବାରେ ମଧ୍ୟ ଏକ ଭୂମିକା ଗ୍ରହଣ କରିପାରନ୍ତି। ଅବଶ୍ୟ, କର୍କଟ କୋଷଗୁଡ଼ିକ ବେଳେବେଳେ ଏକ ପ୍ରତିରକ୍ଷା ଗଠନ ପାଇଁ ମୋନୋସାଇଟ୍ସକୁ ନିୟନ୍ତ୍ରଣ କରନ୍ତି।

What's Your Reaction?

like

dislike

love

funny

angry

sad

wow