ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ବିପର୍ଯ୍ୟସ୍ତ ଜନଜୀବନ

Aug 27, 2024 - 12:35
 0  2
ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ବିପର୍ଯ୍ୟସ୍ତ ଜନଜୀବନ

ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ବିପର୍ଯ୍ୟସ୍ତ ଜନଜୀବନ । ବିଗତ ଚବିଶ ଘଣ୍ଟା ମଧ୍ୟରେ କେବଳ ଅହମ୍ମଦାବାଦରେ ରେକର୍ଡ କରାଯାଇଛି ୮୬ ମିଲିମିଟର ବର୍ଷା । ଆଗାମୀ ଦୁଇ ତିନିଦିନ ପ୍ରବଳ ବର୍ଷାର ରହିଛି ସମ୍ଭାବନା । ଏନେଇ ଭାରତୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ଚେତାବନୀ। ଏହାକୁ ଦୃଷ୍ଟିରେ ରଖି ଆଜି ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କରାଯାଇଛି ଛୁଟି ଘୋଷଣା । ରେଳଧାରଣା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ତିନିଟି ଟ୍ରେନ ଯଥା ଅହମ୍ମଦାବାଦ-ଭଦୋଦରା ଇଣ୍ଟରସିଟି ଏକ୍ସପ୍ରେସ, ଭଦୋଦରା-ଅହମ୍ମଦାବାଦ ଏକ୍ସପ୍ରେସ ଏବଂ ଭଦୋଦରା-ଜାମନଗର ଏକ୍ସପ୍ରେସକୁ କରାଯାଇଛି ବାତିଲ । ଆଇଏମଡି ପକ୍ଷରୁ ସୁରଟ, ରାଜକୋଟ, ଡାମନ, ଦାଦ୍ରା ଓ ନଗର ହାଭେଳିକୁ ଲାଲ ସତର୍କତା ଜାରି କରିଛି ଆଇଏମଡି। ଏହି ପରିପ୍ରେକ୍ଷୀରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଦିଆଯାଇଛି ପରାମର୍ଶ।

What's Your Reaction?

like

dislike

love

funny

angry

sad

wow