ଗୋମାତାଙ୍କ ସୁରକ୍ଷା ପାଇଁ ତିଆରି କରାଯିବ ଦୁଇ ଶହ ଗୋଶାଳା
ରାଜ୍ୟରେ ତିଆରି କରାଯିବ ଦୁଇ ଶହ ଗୋଶାଳା । ଏନେଇ ଆଜି ବିଧାନସଭା ଗୃହରେ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋମାତାଙ୍କ ସୁରକ୍ଷା ଓ ଯତ୍ନ ପାଇଁ ନିର୍ମାଣ ହେବ ଏହି ଗୋଶାଳା। ଗୋଶାଳା ନିର୍ମାଣ କରିବା ପାଇଁ ସରକାର ମଧ୍ୟ ଦେଉଛନ୍ତି ଋଣ। ସେଥିରୁ ୯୦% ଋଣ ଛାଡ଼ର ରହିଛି ବ୍ୟବସ୍ଥା। ଏହାସହିତ ଗୋଖାଦ୍ୟ ପାଇଁ ମଧ୍ୟ ମିଳିବ ଦୈନିକ ମିଳିବ ୫୪ ଟଙ୍କା। ଗୋଶାଳା ନିର୍ମାଣ କରିବାକୁ ସବୁ ବିଧାୟକଙ୍କୁ ଅପିଲ୍ ମଧ୍ୟ କରିଛନ୍ତି ମନ୍ତ୍ରୀ ।
What's Your Reaction?