ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି ଫଟୋ ଶେୟାର କଲେ ନତାଶା

Jun 7, 2024 - 11:28
 0  11
ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି ଫଟୋ ଶେୟାର କଲେ ନତାଶା

ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ରହିଥିଲେ ଚର୍ଚ୍ଚାରେ। ନିକଟରେ ସେମାନଙ୍କ ଛାଡପତ୍ର ବିଷୟରେ  ପ୍ରଚାରିତ ହୋଇଥିଲା ଗୁଜବ। ତେବେ ଏହି ଗୁଜବ ଉପରେ ଉଭୟ  ବଜାୟ ରଖିଥିଲେ ନୀରବତା। ଏସବୁ ମଧ୍ୟରେ, ନିକଟରେ ନତାଶା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସମସ୍ତ ବିବାହ ଫଟୋ ରିଷ୍ଟୋର କରିଥିଲେ। ଏବେ ନତାଶାଙ୍କ ଏକ ଇନଷ୍ଟା ଷ୍ଟାଟସରୁ ଜଣାପଡିଛି ଯେ, ମଧ୍ୟରେ ସବୁକିଛି ଠିକ ଅଛି। ନତାଶା ଷ୍ଟାନକୋଭିକ ତାଙ୍କ ପୋଷା କୁକୁରର ଫଟୋ ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଶେୟାର କରିଛନ୍ତି। ଅଭିନେତ୍ରୀଙ୍କ ପୋଷା କୁକୁର ଗୋଲାପୀ ରଙ୍ଗର ଟି-ସାର୍ଟ ପିନ୍ଧି ବହୁତ ସୁନ୍ଦର ଦେଖାଯାଏ। ଏହି ଫଟୋ ଧ୍ୟାନ ଆକର୍ଷଣ କରିଥିଲା କ୍ୟାପସନ୍‌। ଏହି ଫଟୋ ସେ କହିଥିଲେ ବେବି ରୋଭର ପାଣ୍ଡ (ୟା)। ସେବେଠାରୁ ସମସ୍ତେ ଅନୁମାନ କରୁଛନ୍ତି ଯେ ନତାଶା ସେ ଜଣେ ପାଣ୍ଡ୍ୟା ବୋଲି ସୂଚିତ କରିଛନ୍ତି। ତେବେ ହାର୍ଦ୍ଦିକ ଏବଂ ନତାଶାଙ୍କ ମଧ୍ୟରେ କ’ଣ ଚାଲିଛି ତାହା ଉଭୟ କହିପାରିବେ। ବର୍ତ୍ତମାନ ପ୍ରଶଂସକମାନେ ଏହି ଯୋଡିର ପ୍ରତିକ୍ରିୟାକୁ  କରିଛନ୍ତି ଅପେକ୍ଷା।

What's Your Reaction?

like

dislike

love

funny

angry

sad

wow