ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଦଳ ଘୋଷଣା କରିଛି ସ୍କଟଲାଣ୍ଡ୍
ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ନିଜର ଦଳ ଘୋଷଣା କରିଛି ସ୍କଟଲାଣ୍ଡ୍ । ''କ୍ରିକେଟ୍ ସ୍କଟଲାଣ୍ଡ୍'' ପକ୍ଷରୁ ରିଚି ବେରିଙ୍ଗଟନଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଦଳ ଘୋଷଣା କରାଯାଇଥିବାବେଳେ ଆଉ ୨ ଜଣଙ୍କୁ ରଖାଯାଇଛି ରିଜର୍ଭ ଖେଳାଳି । ବିଶ୍ବକପରୁ ବାଂଲାଦେଶ ଦଳ ଅପ୍ରତ୍ୟାଶିତଭାବେ ବାଦ୍ ପଡ଼ିବା ପରେ ଆଇସିସି ପକ୍ଷରୁ ଗତ ସପ୍ତାହରେ ସ୍କଟଲାଣ୍ଡ ଦଳକୁ ବିଶ୍ବକପରେ କରାଯାଇଥିଲା ସାମିଲ । ଏହି ଘୋଷଣାର ଅଳ୍ପ କିଛି ଦିନ ମଧ୍ୟରେ ନିଜର ଦଳ ଘୋଷଣା କରିଛି ସ୍କଟଲାଣ୍ଡ୍ । ବିଶ୍ବକପରେ ସ୍କଟଲାଣ୍ଡ ଗ୍ରୁପ୍-ସିରେ ପାଇଛି ସ୍ଥାନ । ଏହି ଗ୍ରୁପରେ ଅଛନ୍ତି ଓ୍ବେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଇଟାଲି ଓ ନେପାଳ ।
What's Your Reaction?