ଦୁଇ ମାସର ଶାନ୍ତି ଭଙ୍ଗ! ଇରାନ୍କୁ ଆମେରିକାର ମିସାଇଲ୍ ମାଡ଼
ମଧ୍ୟପ୍ରାଚ୍ୟରେ ପୁଣି ଘନେଇଲା ଯୁଦ୍ଧର କଳାବାଦଲ। ଦୀର୍ଘ ଦୁଇ ମାସର ଶାନ୍ତି ପରେ ହଠାତ୍ ଅଶାନ୍ତ ହୋଇପଡ଼ିଛି ଉପସାଗରୀୟ ଅଞ୍ଚଳ। କୁଏତ୍ ଓ ବାହାରିନ୍କୁ ଟାର୍ଗେଟ୍ କରି ଇରାନର ଡ୍ରୋନ୍ ଆକ୍ରମଣ। ଆଉ ଏହାର ଜବାବରେ ଇରାନର କେଶମ ଦ୍ୱୀପ ଉପରେ ଆମେରିକାର ଘନଘନ ବୋମାମାଡ଼। ଦୁଇ ଦେଶ ମଧ୍ୟରେ ପୁଣି ଆରମ୍ଭ ହୋଇଛି ମୁହାଁମୁହିଁ ଲଢ଼େଇ।
ମଧ୍ୟପ୍ରାଚ୍ୟରେ ପୁଣି ଘନେଇଲା ଯୁଦ୍ଧର କଳାବାଦଲ। ଦୀର୍ଘ ଦୁଇ ମାସର ଶାନ୍ତି ପରେ ହଠାତ୍ ଅଶାନ୍ତ ହୋଇପଡ଼ିଛି ଉପସାଗରୀୟ ଅଞ୍ଚଳ। କୁଏତ୍ ଓ ବାହାରିନ୍କୁ ଟାର୍ଗେଟ୍ କରି ଇରାନର ଡ୍ରୋନ୍ ଆକ୍ରମଣ। ଆଉ ଏହାର ଜବାବରେ ଇରାନର କେଶମ ଦ୍ୱୀପ ଉପରେ ଆମେରିକାର ଘନଘନ ବୋମାମାଡ଼। ଦୁଇ ଦେଶ ମଧ୍ୟରେ ପୁଣି ଆରମ୍ଭ ହୋଇଛି ମୁହାଁମୁହିଁ ଲଢ଼େଇ। କୁଏତ୍ ସେନା ପକ୍ଷରୁ କୁହାଯାଇଛି, ଦେଶ ଉପରେ ହୋଇଥିବା ଶତ୍ରୁପକ୍ଷର ଡ୍ରୋନ୍ ଆକ୍ରମଣକୁ ଏୟାର ଡିଫେନ୍ସ ସିଷ୍ଟମ୍ ଜରିଆରେ ପଣ୍ଡ କରାଯାଇଛି। ଆକାଶରେ ଶୁଭିଥିବା ବିସ୍ଫୋରଣର ଶବ୍ଦ ଡ୍ରୋନ୍କୁ ଇଣ୍ଟରସେପ୍ଟ କରିବା ଯୋଗୁଁ ହୋଇଥିବା ସ୍ପଷ୍ଟ କରିଛି ସେନା। ସେପଟେ ବାହାରିନ୍ରେ ମଧ୍ୟ ଡ୍ରୋନ୍ ଆକ୍ରମଣ ନେଇ ଦୁଇ ଦୁଇଟି ଆଲର୍ଟ ଜାରି କରାଯାଇଛି।
ଅନ୍ୟପଟେ ବାହାରିନ୍ରେ ଥିବା ଆମେରିକୀୟ ସାମରିକ ଘାଟିର ରାଡାର ସିଷ୍ଟମ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଛି ଇରାନର IRGC। ତେବେ ଏହି ଆକ୍ରମଣକୁ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ବିଫଳ କରିଥିବା କହିଛି ।
ଏହାର କିଛି ଘଣ୍ଟା ପରେ ହୋର୍ମୁଜ୍ ପ୍ରଣାଳୀରେ ଥିବା ଇରାନର କେଶମ ଦ୍ୱୀପ ଉପରେ ଆମେରିକା କରିଛି ଏୟାର ଷ୍ଟ୍ରାଇକ୍। ଏକ ମିସାଇଲ୍ ଲଞ୍ଚ୍ ସାଇଟ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ ହୋଇଥିବା କହିଛି ଆମେରିକା। ଅନ୍ୟପଟେ ଦ୍ୱୀପରେ ୫ରୁ ୬ଟି ବିସ୍ଫୋରଣ ହୋଇଥିବା ଇରାନୀ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ ଏଥିରେ ଜନବସତି କିମ୍ବା ଭିତ୍ତିଭୂମିର କ୍ଷତି ହୋଇନଥିବା କୁହାଯାଇଛି। ଏପଟେ ଆମେରିକାର ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍ ଏହି ଅଞ୍ଚଳରେ ପହଞ୍ଚିବା ପରେ ସ୍ଥିତି ଆହୁରି ଜଟିଳ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ତାଙ୍କ ସର୍ତ୍ତ ନମାନିଲେ ପୁଣି ପୂର୍ଣ୍ଣ ସାମରିକ ଅଭିଯାନ ଆରମ୍ଭ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ମଧ୍ୟପ୍ରାଚ୍ୟରେ ପୁଣି ଆରମ୍ଭ ହେବ କି ମହାଯୁଦ୍ଧ?
What's Your Reaction?