ନିରାଶ ହୋଇ ଓଡିଶା ଫେରିଲେ ସାର୍ଥକଙ୍କ ପରିବାର
ନିଖୋଜ ଓଡିଆ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କୁ ନ ପାଇ ନିରାଶ ହୋଇ ଓଡିଶା ଫେରିଛନ୍ତି ସାର୍ଥକଙ୍କ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ। ସାର୍ଥକଙ୍କୁ ଖୋଜିବାକୁ ତାଙ୍କ ମାଆ ଏବଂ ମାମୁ ଯାଇଥିଲେ ସିଙ୍ଗାପୁର ।ସିଙ୍ଗାପୁରରେ ଯେଉଁ ଜାହାଜରେ ରହସ୍ୟମୟ ଭାବେ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଥିବା ସୂଚନା ଆସିଥିଲା,ସେହି ଜାହାଜରେ ମାଆ ଏବଂ ମାମୁଙ୍କ ସମେତ ଭାରତ ସରକାରଙ୍କ ପକ୍ଷରୁ ଡିଜି ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ମିଶି ବିଭିନ୍ନ ସ୍ଥାନ ବୁଲି ଖୋଜିଥିଲେ।ହେଲେ ମିଳିପାରିନାହିଁ ସାର୍ଥକଙ୍କ ପତ୍ତା। ସିଙ୍ଗାପୁରରୁ ଫେରିବା ପରେ ସାର୍ଥକଙ୍କ ମାମୁ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ସହଯୋଗ କରିନଥିଲେ ଜାହାଜ କର୍ତ୍ତୃପକ୍ଷ । କେବଳ ସାର୍ଥକଙ୍କ କକ୍ଷ ଦେଖିବାକୁ ମିଳିଥିଲା ଅନୁମତି, କିନ୍ତୁ ଜାହାଜର ଅନ୍ୟାନ୍ୟ ସ୍ଥାନ ଯାଞ୍ଚ କରିବାକୁ କରାଯାଇଥିଲା ବାରଣ ।ଏପରିକି ସିସିଟିଭି ଫୁଟେଜ୍ କିମ୍ବା ଭଏଜ୍ ଡାଟା ରେକର୍ଡର ତଥ୍ୟ ମଧ୍ୟ ପରିବାରକୁ ଦିଆଯାଇ ନଥିବା ହୋଇଛି ଅଭିଯୋଗ ।ସେପଟେ ପୁଅର ପତ୍ତା ନମିଳିବାରୁ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ତଥା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଗତ ଫେବୃଆରୀ ୩ ତାରିଖରୁ ଜାହାଜରୁ ନିଖୋଜ ଅଛନ୍ତି ଭଦ୍ରକ ଧାମନଗର ବ୍ଲକ କେଶପୁର ଗାଁର ସାର୍ଥକ ମହାପାତ୍ର ।
What's Your Reaction?