ପ୍ରେମିକାକୁ ହତ୍ୟା କରି ୮ ମାସ ହେଲା ରେଫ୍ରିଜେଟରରେ ରଖିଥିଲା ପ୍ରେମିକ
ଜଣେ ମହିଳାଙ୍କୁ ହତ୍ଯା କରି ମୃତଦେହକୁ ୮ ମାସ ରେଫ୍ରିଜେଟରରେ ରଖିଥିଲା ଅଭିଯୁକ୍ତ । ମଧ୍ଯପ୍ରଦେଶ ଦେୱାସ ଜିଲ୍ଲାରୁ ଆସିଛି ଏଭଳି ଲୋମହର୍ଷକ କାହାଣୀ। ଗତବର୍ଷ ଜୁନରେ ଘଟିଛି ଏହି ହତ୍ଯାକାଣ୍ଡ ।ଗତ ୫ ବର୍ଷ ଧରି ଉଜ୍ଜୈନର ସଞ୍ଜୟ ପଟିଦାର ପିଙ୍କି ପ୍ରଜାପତି ନାମକ ଜଣେ ମହିଳାଙ୍କ ସହ ଏକତ୍ର ରହୁଥିଲେ। ବାହା ହେବା ଲାଗି ପିଙ୍କି ବାଧ୍ଯ କରିବାରୁ ଉତକ୍ଷିପ୍ତ ହୋଇ ସଞ୍ଜୟ ତାଙ୍କୁ ହତ୍ଯା କରିଥିବା ମିଳିଛି ସୂଚନା। ତେବେ ଘରୁ ପଚା ବାସ୍ନା ବାହାରିବାରୁ ଘରର ଏକ ଅଂଶ ଭାଙ୍ଗିଥିଲେ ଘର ମାଲିକ । ତା ଭିତରୁ ମିଳିଥିବା ରେଫ୍ରିଜେଟରରୁ ଠାବ କରାଯାଇଥିଲା ମହିଳାଙ୍କ ଶବ । ଗତ ଜୁନ ୨୦୨୩ରୁ ସେହି ଘରକୁ ଭଡା ନେଇଥିଲା ସଞ୍ଜୟ । ଗତବର୍ଷ ସଞ୍ଜୟ ଘର ଛାଡିଦେଇଥିଲେ ବି ସେହି ଘରୁ ଜିନିଷ ପତ୍ର ନେଇ ନଥିଲା। ତେବେ ରେଫ୍ରିଜେଟର ଟି କାମ କରିବା ବନ୍ଦ କରିଦେବାରୁ ବାହାରିଥିଲା ଦୁର୍ଗନ୍ଧ ।
What's Your Reaction?