ପ୍ରୟାଗରାଜ କୁମ୍ଭମେଳାରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ

ପ୍ରୟାଗରାଜରେ ମହାକୁମ୍ଭ ସ୍ନାନ ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ଗସ୍ତ ପାଇଁ ସଙ୍ଗମ ସ୍ଥଳରେ ଗ୍ରହଣ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ପ୍ରୟାଗରାଜରେ ପହଞ୍ଚି ପ୍ରଥମେ ନୌକାବିହାର କରୁଛନ୍ତି ପ୍ରଧାନମନ୍ତ୍ରୀ। ଏହାପରେ ବୁଡ଼ ପକାଇବା ପରେ ଆଖଡା ସାଧୁସନ୍ଥଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ। ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ ରେ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ। ମହାକୁମ୍ଭ ହେଉଛି ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ । ସାରା ବିଶ୍ୱରୁ ଭକ୍ତ ଏଥିରେ ସାମିଲ ହେଉଛନ୍ତି।
What's Your Reaction?






