ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

Feb 17, 2026 - 17:56
 0  1
ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

 ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ହୋଇଛି ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନ୍ୟାସନାଲିଷ୍ଟ ପାର୍ଟି  ମୁଖ୍ୟ ତାରିକ ରହମାନ।ତାରିକେଙ୍କ ସମ୍ମୁଖରେ ଏବେ ରହିଛି  ହିଂସାତ୍ମକ ବିକ୍ଷୋଭ ଏବଂ ବିଶୃଙ୍ଖଳା ଦେଇ ଗତି କରିଥିବା ଦେଶର ପୁନର୍ଗଠନ ଏବଂ ସ୍ଥିତି ସୁଧାରିବା ଭଳି ଏକ କଠିନ ଆହ୍ୱାନ ।ଶେଖ ହାସିନା କ୍ଷମତାଚ୍ୟୁତ ହେବା ପରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନପି ମେଣ୍ଟ ୨୯୯ଟି ଆସନରୁ ୨୧୨ଟି ଆସନ ଜିତି ବୃହତ ବିଜୟ ହାସଲ କରିଛି। ତାରିକଙ୍କ ସହ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ନେଇଛନ୍ତି ଶପଥ। ଏହି ମନ୍ତ୍ରିମଣ୍ଡଳରେ ଜଣେ ହିନ୍ଦୁ ଏବଂ ଜଣେ ବୌଦ୍ଧ ଏମପିଙ୍କୁ ଦିଆଯାଇଛି ସ୍ଥାନ।ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ‘ଜୁଲାଇ ଚାର୍ଟର’ ଅନୁଯାୟୀ ଦେଶରେ ବଡ଼ ଧରଣର ସାମ୍ବିଧାନିକ ସଂସ୍କାର ଆଣିବା ତାରିକେ ସରକାରଙ୍କ ପାଇଁ ଏକ ମୁଖ୍ୟ ଦାୟିତ୍ୱ। ନିକଟରେ ହୋଇଥିବା ଗଣଭୋଟରେ ଏହି ଚାର୍ଟରକୁ ଜନସାଧାରଣଙ୍କ ସମର୍ଥନ ମିଳିଛି, ଯାହା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକରେ ପରିବର୍ତ୍ତନ ପାଇଁ ପଥ ପରିଷ୍କାର କରିଛି।ତେବେ ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିଛନ୍ତି ଜମାତ-ଇ-ଇସଲାମୀ ନେତୃତ୍ୱାଧୀନ ବିରୋଧୀ ଦଳ ।

What's Your Reaction?

like

dislike

love

funny

angry

sad

wow