ଭାରତୀୟ ଦଳକୁ ବଡ଼ ଝଟକା

ଭାରତୀୟ ଦଳକୁ ବଡ଼ ଝଟକା ।ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଲେ ଷ୍ଟାର୍ ବୋଲର ଯଶପ୍ରୀତ ବୁମରା।ଅସୁସ୍ଥ ହେବାରୁ ବିସିସିଆର ନିଷ୍ପତ୍ତି। ବୁମରାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ମିଳିଛି ସୁଯୋଗ। ଏହାସହ ଯଶସ୍ୱୀ ଜୈସ୍ୱାଲଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ କରାଯାଇଛି ସାମିଲ ।ଆହତ ବୁମରା ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ହେଉଛନ୍ତି ଚିକିତ୍ସିତ। ଗତ ବର୍ଷ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେଆହତ ହୋଇଥିଲେ ବୁମରା । ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଗତ ମାସରେ ଘୋଷଣା କରାଯାଇଥିବା ସମ୍ଭାବ୍ୟ ଦଳରେ ବୁମରାଙ୍କୁ ମିଳିଥିଲା ସ୍ଥାନ। ଅନ୍ୟପଟେ ଶିବମ ଦୁବେ, ମହମ୍ମଦ ସିରାଜ ଓ ଯଶସ୍ୱୀ ଜୈସ୍ୱାଲଙ୍କୁ ରିଜର୍ଭ ଖେଳାଳି ତାଲିକାରେ ସ୍ଥାନ ମିଳିଛି । ଆସନ୍ତା ୧୫ ତାରିଖରେ ଭାରତୀୟ ଦଳ ଦୁବାଇ ଅଭିମୁଖେ ଯାତ୍ରା କରିବ।
What's Your Reaction?






