ଭୁବନେଶ୍ବର କଳିଙ୍ଗନଗର ଗହଣା ଦୋକାନରୁ ଲୁଟ ଘଟଣାରେ ଲୁଟେରା ଗିରଫ

Feb 18, 2026 - 16:18
 0  2
ଭୁବନେଶ୍ବର କଳିଙ୍ଗନଗର ଗହଣା ଦୋକାନରୁ ଲୁଟ ଘଟଣାରେ ଲୁଟେରା ଗିରଫ

ଭୁବନେଶ୍ବର ତମାଣ୍ଡୋ ଥାନା କଳିଙ୍ଗନଗରରେ ଗହଣା ଦୋକାନରୁ ଲୁଟ ଘଟଣାରେ ଲୁଟେରା ଗିରଫ। ପେପର୍ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିଥିଲା ଅଭିଯୁକ୍ତ । ଲୁଟ କରିଥିବା ଅଭିଯୁକ୍ତ ଜଣକ ଏକ ୧୭ ବର୍ଷିୟ ନାବାଳକ ବୋଲି ମିଳିଛି ସୂଚନା। ଗତକାଲି ଗ୍ରାହକ ହୋଇ ଗହଣା ଦୋକନକୁ ଆସି, ଭଉଣୀ ବାହାଘର ପାଇଁ ଗହଣା କିଣିବା ବାହାନାରେ ଲୁଟ କରିଥିଲା ଦୁର୍ବୃତ୍ତ । ଆଉ ଗଲା ବେଳେ ମୁହଁରେ ସ୍ପ୍ରେ ମାରି ହୋଇଯାଇଥିଲା ଫେରାର୍ । ଏହି ଲୁଟେରା ପାଖାପାଖି ୫ଟି ମୁଦି, ଦୁଇଟି ସୁନା ଚେନ ନେଇଯାଇଥିବା ବେଳେ ତାକୁ ଗିରଫ କରିଛି ପୁଲିସ  ।

What's Your Reaction?

like

dislike

love

funny

angry

sad

wow