ମହନଦୀ ବିବାଦର ବାଟ ଫିଟୁଛି
ଖୁବ୍ ଶୀଘ୍ର ଅନ୍ତ ଘଟିବ ମହାନଦୀ ବିବାଦର । ଦୀର୍ଘଦିନ ଧରି ମହାନଦୀକୁ ନେଇ ଓଡିଶା ଏବଂ ଛଡିଶଗଡ ମଧ୍ୟରେ ଚାଲିଥିବା କନ୍ଦଳର ହେବ ସମାଧାନ । ଆଜି ନ୍ୟାୟଧିକରଣରେ ରିପୋର୍ଟ ଦାଖଲ କରିଛନ୍ତି ଯୁଗ୍ମ ବୈଷୟିକ ଦଳ । ମହାନଦୀ ଜଳ ବିବାଦକୁ ନେଇ ନ୍ୟାୟଧିକରଣରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଶୁଣାଣିରେ ଦୁଇ ରାଜ୍ୟ ମଧ୍ୟରେ ସମାଧାନର ବାଟ ଧୀରେ ଧୀରେ ପ୍ରଶସ୍ତ ହେଉଥିବା ନେଇ ମିଳିଛି ସଂକେତ । ସୂଚନା ଦେଇଛନ୍ତି ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ୟ୍ୟ । ଆସନ୍ତା ଜୁଲାଇ ୧୧ରେ ମହାନଦୀ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରିବେ ନ୍ୟାୟଧିକରଣ।
What's Your Reaction?