ରାଶିଫଳ

ଜାଣି ମଧ୍ୟ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ ହୋଇପାରନ୍ତି। ଯାହା କିଣିବା ପାଇଁ ମନ ବଳାଇଛନ୍ତି, ଆଜି ମନକୁ ନ ପାଇବାରୁ ଫେରିଆସିବେ। ସ୍ବାସ୍ଥ୍ୟ ସମସ୍ୟା କାରଣରୁ ବନ୍ଧୁମିଳନରେ ଭାଗ ନେଇପାରିବେ ନାହିଁ ।
ଭୁଲ୍ବୁଝାମଣାରୁ ବନ୍ଧୁଙ୍କ ସହ ବିନା କାରଣରେ କଳହ ଲାଗିପାରେ। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ଆରର୍ଦ୍ରା ନକ୍ଷତ୍ର ପରିବାରର ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କରି ଅସଫଳ ହୋଇପାରନ୍ତି।
ଖଳଲୋକମାନେ ଅପପ୍ରଚାର କରିପାରନ୍ତି ତେଣେ ନିଜଲୋକଙ୍କଠାରୁ ମଧ୍ୟ ଆସ୍ଥାହରାଇବେ। ପୁନର୍ବସୁ ନକ୍ଷତ୍ର ବନ୍ଧୁବାନ୍ଧବଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିପାରନ୍ତି। ଖୋଜୁଥିବା ଜିନିଷଟିର ସନ୍ଧାନ ସନ୍ଧ୍ୟା ସମୟରେ ପାଇବାର ସୂଚନା ରହିଛି।
ସଭାସମିତିରେ କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଉତ୍ତରାଫାଲଗୁନୀ ନକ୍ଷତ୍ରର ବ୍ୟବସାୟ ଓ ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ଶ୍ରମଜନିତ ଦୁର୍ବଳତା ଅନୁଭବ କରିବେ।
ଯେକୌଣସି କ୍ଷେତ୍ର ହେଉନା କାହିଁକି, ଆପଣ କିଛି କରନ୍ତୁ, ଚୁପଚାପ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡିବ। ଆଜି ଉତ୍ତରାଷାଢ଼ା ନକ୍ଷତ୍ର ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବାର ସମ୍ଭାବନା ରହିଛି।
ଯଦି କହିବେ ତେବେ ଅଶାନ୍ତିକୁ ଆପଣେଇ ନେବା ଭଳି ହିଁ ପରିଣାମ ହୋଇପାରେ। ଧନିଷ୍ଠା ନକ୍ଷତ୍ର ରାସ୍ଥାରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବାରେ ପଛେଇ ଯିବେ।
ଶତଭିଷା ନକ୍ଷତ୍ର ଅଧ୍ୟୟନ ଓ ଆଧ୍ୟାତ୍ମିକତାରେ ଏକାଗ୍ରତା ଆଣିପାରିବେ। ଫେରିବା ବାଟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସାହିତ୍ୟ, କଳା, ସଙ୍ଗୀତ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହୋଇପାରନ୍ତି ।
What's Your Reaction?






