ରାଶିଫଳ
ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରର ଅସନ୍ତୋଷ ଆପୋସ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ। ଆର୍ଥିକ ସଂକଟ ମଧ୍ୟରେ ଗତିକରି ବିଚଳିିତ ରହିପାରନ୍ତି ।
କର୍ମାଧିପଙ୍କ ସହ ରାଶ୍ୟାଧିପ ରହିଥିବାରୁ ଚିନ୍ତାଧାରା ଅନୁଯାୟୀ ପ୍ରତ୍ୟେକ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ। ପିଲାଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ଚିନ୍ତିତ ରହିବେ। ପ୍ରିୟଜନଙ୍କ ସହ ସମ୍ପର୍କ ଛିଣ୍ଡିଯାଉଥିବାରୁ ଭାବପ୍ରବଣ ହେବେ।
ଆର୍ଥିକ ଓ ପାରିବାରିକ ସ୍ଥିତିରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। କର୍ମକ୍ଷେତ୍ରରେ ଅବହେଳିତ କାମ ସକାଶେ ଅନୁତାପ କରିବେ। ଶୁକ୍ରଙ୍କ ଶୁଭତ୍ୱରୁ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
ଏକାଦଶସ୍ଥ ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ କାର୍ଯ୍ୟସିଦ୍ଧି, ବନ୍ଧୁପ୍ରୀତି, ଅର୍ଥଲାଭ, ଶୁଭଖବରା ଆଦି ପ୍ରାପ୍ତହେବ। ପରୋକ୍ଷ ଶତ୍ରୁତା ପ୍ରତ୍ୟେକ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିପାରିବ ନାହିଁ। ବ୍ୟବସାୟ, ପରିବହନ ଓ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଟେନସନ୍ ଲାଗିରହିବ।
କୋଣଭାବସ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ଆଜି ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟସାଧନ କରିବେ। ଲୋକସମ୍ପର୍କ, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ରହିବେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାକୁ ପଡ଼ିପାରେ।
ରାଶିରେ କବନ୍ଧଗ୍ରହ କେତୁ ରହିଥିବାରୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ। ସମ୍ପର୍କୀୟ ସମ୍ମୁଖରେ ହିତବାଣୀ ଶୁଣାଇ ପରୋକ୍ଷରେ ବିରୁଦ୍ଧାଚରଣ କରିବେ। ସାମାଜିକ କ୍ଷେତ୍ରରେ, ସଭାସମିତିରେ, ଆଲୋଚନାରେ ସମ୍ମାନ ପାଇବେ। ଯାତ୍ରା, ବାଣିଜ୍ୟ, ଶିଳ୍ପ, ପ୍ରକଳ୍ପାରମ୍ଭ ପାଇଁ କୌଣସି ଅସୁବିଧା ହେବନାହିଁ।
ଆଜି ଶୁକ୍ରଙ୍କ ସ୍ଥାନସ୍ଥିତିରୁ ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମୟ ଅତିବାହିତ କରିବେ। ନିଜର ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପରେ ପ୍ରଚାର କରିପାରନ୍ତି। ଘରୋଇ ବ୍ୟାପାରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ଯାତ୍ରା ସମୟରେ ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ।
ଅନୁକୂଳ ଗ୍ରହଙ୍କ ସ୍ଥିତି ଯୋଗୁ ସମ୍ମାନଜନକ ସ୍ଥିତିରେ ରହିବା ସହ ଅର୍ଥ ଓ ସମ୍ମାନ ଲାଭ କରିବେ। ରବି ଓ ବୁଧଙ୍କ ପ୍ରଭାବରେ କଥାବାର୍ତ୍ତାରେ ବ୍ୟତିକ୍ରମ ଅଶାନ୍ତ ସ୍ଥିତି ଉପତ୍ନ କରିପାରେ। ଯାତ୍ରା, ବାଣିଜ୍ୟ, ପରିବହନ, କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ।
ରାଶିରେ ରବି ଓ ବୁଧ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ପତିଆରା ବୃଦ୍ଧି ପାଇବ ଓ ବିଜୟୀ ହେବେ। ସନ୍ତାନଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ରହିଛି। ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ।
ଶ୍ରବଣା ନକ୍ଷତ୍ର କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
ଶତଭିଷା ନକ୍ଷତ୍ରର ଅଭାବ ନ ଥିଲେ ମଧ୍ୟ ଅର୍ଥ ସମ୍ପର୍କୀୟ କାମରେ ଅସ୍ଥିରତା ଲାଗି ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହେବା ସହ ଏକାଧିକ କାମ ହାତକୁ ନେଇ ବିବ୍ରତ ହେବେ। ନିଜ ପରିବେଶରେ କିମ୍ବା ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
What's Your Reaction?