ରାଶିଫଳ

Jul 27, 2024 - 12:30
 0  7
ରାଶିଫଳ
ମେଷ

ବିଶେଷ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆନୁଷ୍ଠାନିକ କାମ ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ଆବଶ୍ୟକତା ପୂରଣ ପାଇଁ ଧାର କରଜ କରି କାମ ଚଳାଇନେବେ।
ବୃଷ

 ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ। କଳା, ସାହିତ୍ୟ, ସଙ୍ଗୀତ ଜଗତରୁ ସୁନାମ ପାଇବେ। ଆଜି ଦିନ ଭିତରେ କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ମିଥୁନ

ମନର ଗୋପନକଥାକୁ କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ କହିପାରିବେ ନାହିଁ। ଜମିଜମା କାରବାର, ଚୁକ୍ତିପତ୍ର, ପ୍ରଶାସନ କ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ସାମୟିକ ଅଶାନ୍ତ ରହିପାରନ୍ତି।
କର୍କଟ

ଯୁକ୍ତିତର୍କଜନିତ ମତଭେଦ ହେତୁ ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ସରସତା ରହିବ ନାହିଁ। ଅବଶ୍ୟ କୌଣସି ହିତୈଷୀ ବ୍ୟକ୍ତିଙ୍କ ଦ୍ୱାରା ସାୟାହ୍ନେ ମାନସିକ ଅବସାଦ ଦୂର ହେବ। ବ୍ୟବସାୟ ଓ ପରିବହନରେ କିଛି ସମସ୍ୟା ଦେଖାଦେବାର ସୂଚନା ରହିଛି। 
ସି˚ହ

କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ମୁକାବିଲା କରି ଲକ୍ଷ୍ୟ ହାସଲ କରିପାରିବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ ପାଇଁ ବିଭିନ୍ନ ଫନ୍ଦି ଫିକର କରିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। 
କନ୍ୟା

ବ୍ୟସ୍ତତା ମଧ୍ୟରେ ଆଜିର ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ସ୍ବାର୍ଥସାଧନର ନୈରାଶ୍ୟଜନକ ସ୍ଥିତି ଅବଲୋକନ କରି ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାର ସମ୍ଭାବନା ରହିଛି। 
ତୁଳା

ବିଭିନ୍ନ ଅସୁବିଧା ଭିତରେ ଗତି କରୁଥିବାରୁ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ। କଳାତ୍ମକ ଦିଗଟି ଭଲ ରହିବ। ରାଜନୀତି, ସଂଗଠନ, ପ୍ରଶାସନିକ ସ୍ଥିତି ମନ୍ଦ ହେବନି। ମୂଲ୍ୟବାନ ଦ୍ରବ୍ୟ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। 
ବିଛା

ଅତୀତ ଘଟଣା ମନକୁ ଆଲୋଡ଼ିତ କରିବା ଫଳରେ ମନ ଭଲ ଲାଗିବ ନାହିଁ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ଆଶଙ୍କା ରହିଛି। ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
ଧନୁ

ମାନସିକ ସ୍ଥିତି ଭଲ ରହିଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା ଦେଖାଦେବ। ଅବହେଳିତ ହୋଇ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। ଅଯଥା ଆଶଙ୍କା କରି ଏଣୁତେଣୁ ଚିନ୍ତାକରି ବିବ୍ରତ ହୁଅନ୍ତୁ ନାହିଁ। 
ମକର

ଅନ୍ୟମାନଙ୍କ ସାହାଯ୍ୟ ଲାଭକରି ମନୋବଳ ବୃଦ୍ଧି ପାଇବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହେବ। ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। 
କୁମ୍ଭ

 ହଠାତ୍‌ ନିଜର ପ୍ରିୟ ବନ୍ଧୁଟିର କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଜମିଜମା, ଯାନବାହନ, ବାଣିଜ୍ୟ, ବ୍ୟବସାୟ ସମସ୍ୟା କ୍ରମଶଃ ଜଟିଳ ହେବାର ଆଶଙ୍କା ଦେଖାଦେବ। ଧନିଷ୍ଠା ନକ୍ଷତ୍ର ସଭାସମିତିକୁ ଆହୂତ ହୋଇପାରନ୍ତି।
ମୀନ

ଆଜିର କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ବିବାଦୀୟ ସ୍ଥିତିରେ ପରିବାରରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। 

What's Your Reaction?

like

dislike

love

funny

angry

sad

wow