ରାଶିଫଳ

Apr 3, 2025 - 16:27
 0  4
ମେଷ
 କେତେକ ଅସହିଷ୍ଣୁ ମନୋଭାବର ବନ୍ଧୁଙ୍କ ଅସମ୍ମାନଜନକ କଥାରୁ କଳହ ଲାଗିପାରେ। କର୍ମକ୍ଷେତ୍ରରେ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଆପଣେଇ ନେଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି।
ବୃଷ
ସୁଯୋଗ ଛାଏଁ ଆସିଲେ ମଧ୍ୟ ଠିକ୍‌ ଉପଯୋଗ ଅଭାବରୁ ବିଗିଡିଯାଇପାରେ। ଅବଶ୍ୟ ସମାଧାନର ରାସ୍ତା ପାଇବେ, ସାହାଯ୍ୟ, ସହଯୋଗ ମଧ୍ୟ କିଛି କମ୍‌ ହେବନାହିଁ। କର୍ମାରମ୍ଭ, ଯାତ୍ରା, ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ଅସୁବିଧା ନ ହୋଇପାରେ।
ମିଥୁନ
ଶିକ୍ଷା, ପରୀକ୍ଷା, ସନ୍ତାନ, ଅର୍ଥନୈତିକ ସ୍ଥିତିର ସମୀକ୍ଷା ମନ୍ଦ ହେବନି। ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ନ ରହିଲେ ଅଶାନ୍ତ ପରିସ୍ଥିତି ଘଟିପାରେ। କଳା, ସାହିତ୍ୟ ଓ ସଙ୍ଗୀତ, ଆଧ୍ୟାତ୍ମିକ ପ୍ରବଚନ, ଯୋଗ ପ୍ରଭୃତିରେ ସୁନାମ ଅର୍ଜନ କରିବେ।
କର୍କଟ
ପାରସ୍ପରିକ ଉତ୍ତମ ବୁଝାମଣାଜନିତ ସହକର୍ମୀମାନଙ୍କ ସହ ସୁସମ୍ପର୍କ ରହିବ। ତର୍କବିତର୍କ କାରଣରୁ ପଡ଼ୋଶୀଙ୍କ ସହ ମତାନ୍ତର ସୃଷ୍ଟି ହୋଇ ଅଶାନ୍ତି ଉପୁଜିପାରେ।
ସି˚ହ
  ନିଜ ଲୋକଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହେବ। ଜମିଜମା, ଆଲୋଚନା, ସଭାସମିତିରେ ବ୍ୟସ୍ତତା ବୃଦ୍ଧି ପାଇବ।
କନ୍ୟା
 ଅର୍ଥର ଅଭାବକୁ ଭଲ ସମ୍ପର୍କ ରହିଥିବା ପଡ଼ୋଶିନୀ ଦୂର କରିପାରନ୍ତି। ଯାହା କରିବା କଥା ଶୀଘ୍ର ଶେଷ ନ କଲେ ପରକ୍ଷଣରେ ସମସ୍ତ ପରିସ୍ଥିତି ବଦଳିଯାଇପାରେ। ଆମଦାନୀ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି ଘଟିବ।
ତୁଳା
ଯାହାକୁ ଯାହା କହିଲେ ସେହି ବ୍ୟକ୍ତି ଆପଣଙ୍କ କଥା ରକ୍ଷା କରିବାର ପ୍ରତିଶ୍ରୁତି ନିଶ୍ଚିତ ଦେବେ। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ, କଚେରି ମାମଲାରେ ସଫଳତା ହାସଲ କରିବେ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।
ବିଛା
ଅନୁକୂଳଗ୍ରହ ସ୍ଥିତିରୁ ପାରିବାରିକ ସ୍ଥିତିରେ ଉନ୍ନତି ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗିରହିବା ଯୋଗୁ ବ୍ୟସ୍ତ ହେବେ। ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ, ଆର୍ଥିକ ଉନ୍ନତି, ଆଧ୍ୟାତ୍ମିକତା, ତୀର୍ଥାଟନର ସୁଯୋଗ ପାଇପାରନ୍ତି।
ଧନୁ
ଟିକିଏ ଟିକିଏ କଥାରେ ରାଗିଯିବାର ବିଲକ୍ଷଣ ମାନସିକ ଅଶାନ୍ତିର କାରଣ ସାଜିପାରେ। ଯେତିକି ପାଉଛନ୍ତି, ସେତିକିରେ ସନ୍ତୁଷ୍ଟ ରହିବା ଭଲ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଲେ ସଫଳତା ପାଇବେ। 
ମକର
 ପଡ଼ୋଶୀ କିମ୍ବା ସହକର୍ମୀ ଫାଇଦା ହାସଲ ସକଶେ ନିଜର ଭଳି ବ୍ୟବହାର କରିପାରନ୍ତି। ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇ ପାରିବ ନାହିଁ। ପ୍ରତ୍ୟେକ ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହେବେ।
କୁମ୍ଭ
 ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବାର ସମ୍ଭାବନା ରହିଛି। ଯାତ୍ରାରେ ସାମାନ୍ୟ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନ
 ଶିଳ୍ପ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇପାରିବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ସାହିତ୍ୟ, କ୍ରୀଡ଼ା ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ଅର୍ଜନ କରିବେ।

What's Your Reaction?

like

dislike

love

funny

angry

sad

wow