ରାଶିଫଳ

ଅର୍ଥର ଅଭାବ ନ ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତି କାମକୁ ଅଟକାଇ ରଖିବ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ଝମେଲା ଆସିପାରେ। ଅବଶ୍ୟ ସମୟାନ୍ତରରେ ଟେନସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ।
ଅସାବଧାନତା କାରଣରୁ ଟଙ୍କା କିମ୍ବା କାଗଜ ପତ୍ର ହଜିଯାଇପାରେ। ଆନୁଷ୍ଠାନିକ କାମ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯାଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବାର ସୂଚନା ରହିଛି।
ସାଧାରଣ କଥାରେ କ୍ରୋଧ ପ୍ରକାଶ କରି ବନ୍ଧୁ ମୁହଁ ଫଣ ଫଣ କରିପାରନ୍ତି। ଆନୁଷ୍ଠାନିକ କାମ, ମନୋରଞ୍ଜନ, ଆଧ୍ୟାତ୍ମିକ ଆଲୋଚନା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ଅବସର ସମୟରେ ପିଲାଙ୍କ ସହ ବନ୍ଧୁଙ୍କ ସଙ୍ଗରେ ଆଲୋଚନା କରିପାରନ୍ତି।
ବାଣିଜ୍ୟ, ପରିବହନ, ପ୍ରଶାସନ ଏବଂ ଯୋଗାଯୋଗ କ୍ଷେତ୍ରରୁ ଉପକୃତ ହୋଇପାରନ୍ତି। ସାମୟିକ ଭାବରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି। ପ୍ରତିବେଶୀଙ୍କ ସହିତ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ଅଧିକ ସମୟ ପରିସ୍ଥିତିକୁ ନଜର ରଖି ନୀରବ ରହିବାକୁ ପସନ୍ଦ କରିପାରନ୍ତି। ଆଜିର ଫେରନ୍ତା ବାଟରେ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ରକ୍ତଚାପ କିମ୍ବା ଡାଇବେଟିସ୍ଜନିତ ରୋଗରେ ପୀଡା ବୃଦ୍ଧି ପାଇପାରେ ା
ଅଧସ୍ତନ କର୍ମଚାରୀଙ୍କୁ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ଆଣ୍ଠୁଗଣ୍ଠି ବାତ ଜନିତ ରୋଗରେ କଷ୍ଟ ପାଇପାରନ୍ତି। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବାକୁ ପଡ଼ିବ।
ଏହା ସାଙ୍ଗକୁ ପାରିବାରିିକ ଜଞ୍ଜାଳ ବୃଦ୍ଧି ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସଭାସମିତି, କଳା ସାହିତ୍ୟ, ଆନୁଷ୍ଠାନିକ କାମରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ବ୍ୟବସାୟ ମାନ୍ଦା ହେବ ନାହିଁ କିନ୍ତୁ କ୍ଷତି ନ ହେଲେ ମଧ୍ୟ ବିଶେଷ ଲାଭ ନ ହୋଇପାରେ।
ବନ୍ଧୁଙ୍କ ସହାୟତାରେ ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ଆଲୋଚନା ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଦୀର୍ଘ ସମୟ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
What's Your Reaction?






