ରାଶିଫଳ

ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଅସହଯୋଗ କରିପାରେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ବାଣିଜ୍ୟ, ବ୍ୟବସାୟ, ଯାତ୍ରା ସନ୍ତୋଷଜନକ ନ ହୋଇପାରେ।
କର୍ମକ୍ଷେତ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପରିବାରର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ମୂଲ୍ୟବାନ୍ ଜିନିଷ କିଣିପାରନ୍ତି। ଯାତ୍ରା ସମୟରେ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ।
ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ବନ୍ଧୁଙ୍କ ସହାୟତାରେ ପୁନଃ ପ୍ରତିଷ୍ଠିତ ହେବ। ସାମାଜିକ ସ୍ତରରେ ସମ୍ମାନିତ ହେବେ ଏବଂ ଶିକ୍ଷା, ପରୀକ୍ଷା, ଗବେଷଣା, କଳା, ସାହିତ୍ୟାଦିରେ ସମସ୍ୟା ଦୂରେଇଯିବ। ତଥାପି ପରକଥାରେ ପ୍ରଭାବିତ ହୋଇ ସମାଲୋଚନାର ଶରବ୍ୟ ହୋଇପାରନ୍ତି।
ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ଶତ୍ରୁତା ଅର୍ଜନ କରିପାରନ୍ତି ା ଉପରିସ୍ଥ ପଦାଧିକାରୀଙ୍କ ଆଦେଶାନୁସାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ ା ବଳହୀନ ବୁଧ ଗ୍ରହ ବୌଦ୍ଧିକତାକୁ ବର୍ଦ୍ଧନକଲେ ମଧ୍ୟ ବନ୍ଧୁତାକୁ କ୍ଷୁଣ୍ଣ କରିବ ା
ସବୁ ସମୟରେ ମିଶୁଥିବା ଲୋକ ପଛରେ ଚେର କାଟୁଥିବାର ଝଲକ ଦେଖିବାକୁ ମିଳିବ। ବନ୍ଧୁମାନେ ବିଭ୍ରାନ୍ତିକର ଖବର ପରିବେଷଣକରି ସମସ୍ୟାକୁ ବଢ଼ାଇଦେଇ ପାରନ୍ତି। ଆନୁଷ୍ଠାନିକ କାମ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ମାତ୍ର ବେକାର ଖର୍ଚ୍ଚ, ବୃଥା ଭ୍ରମଣ, ପରିବାରରେ ଝଗଡ଼ାରୁ ତ୍ରାହି ମିଳିବ ନାହିଁ। ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଦୁଃଖକୁ ଭୁଲିଯାଇପାରନ୍ତି। ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ ା
ବନ୍ଧୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେବେ, କିନ୍ତୁ ଅଲଗା ଅନ୍ତର୍ନିହିତ ଉଦ୍ଦେଶ୍ୟ ନିହିତ ରଖିଥାଇପାରନ୍ତି। ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ, କିନ୍ତୁ ବିଶେଷ ଅସୁବିଧା ହେବନାହିଁ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ ଏବଂ ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ କିମ୍ବା କିଛି ଭୁଲ୍ କରିପାରନ୍ତି। ଆର୍ଥିକ ସ୍ଥିତି କ୍ରମଶଃ ବଦଳିଯିବା କାରଣରୁ ଉଦ୍ବିଗ୍ନତା ବୃଦ୍ଧି ପାଇବ।
ହାତରେ ଥିବା କାମ ଯେତେ ଶୀଘ୍ର ସମାପ୍ତ କରିବାକୁ ଚାହୁଁଛନ୍ତି ତାହା ହେବା କଷ୍ଟକର ହୋଇପାରେ। ଯଦିଓ କୌଣସି କାମ ଅଟକି ରହିବ ନାହିଁ ତଥାପି ଧୀର ମନ୍ଥର ଗତି ହେତୁ ବିରକ୍ତିକର ମନେହେବ। ପରକଥାରେ ମୁଣ୍ଡ ପୂରାଇ ଭୁଲ୍ ମାର୍ଗାନୁସରଣ କରିପାରନ୍ତ।
What's Your Reaction?






