ଶୈଳବାଳା ବିଶ୍ୱବିଦ୍ୟାଳୟ ଦାବି ବିଷୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ
ଶୈଳବାଳାକୁ ବିଶ୍ୱବିଦ୍ୟାଳୟ ଦାବି ବିଷୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେ କହିଛନ୍ତି ଯେ, ଏହି ପ୍ରସ୍ତାବକୁ ଅଗ୍ରାହ୍ୟ ନକରି ଏ ସଂପର୍କରେ ଚିନ୍ତାଶୀଳ ଅଛନ୍ତି ସରକାର। କିଛି ପଦକ୍ଷେପ ନିଆଯିବ। ଗୋଟିଏ ଶିକ୍ଷାନୁଷ୍ଠାନକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ତାକୁ ପକେଇ ରଖିବା ନେଇ ଆମର ନାହିଁ କୌଣସି ଉଦ୍ଦେଶ୍ୟ। ଭିତ୍ତିଭୂମିକୁ ସୁଦୃଢ଼ କରିବା, ଶୈକ୍ଷିକ ବାତାବରଣ ଓ ପରିବେଶକୁ ସୁଦୃଢ଼ କହିବାର ମଧ୍ୟ ରହିଛି ଆବଶ୍ୟକତା। ବର୍ତ୍ତମାନ ସୁଦ୍ଧା ବିଶ୍ୱବିଦ୍ୟାଳୟ ମାନଙ୍କରେ ଖାଲି ପଡ଼ିଛି ୧୩୫୨ ପଦବୀ। ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱବିଦ୍ୟାଳୟର ରହିଛି ଆବଶ୍ୟକତା। ୪ଟି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ କରାଯିବା ପାଇଁ କେବଳ କରାଯାଇଛି ଘୋଷଣା । ଯେଉଁ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ନଥିଲା ସେହି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ କରାଯିବା ପାଇଁ ଘୋଷଣା କରାଯାଇଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
What's Your Reaction?