ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Apr 3, 2026 - 16:52
 0  1
ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ପାଇଁ ୫୮୫ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିମଧ୍ୟରୁ ଐତିହାସିକ ବକୁଳ ବନର ପୁନରୁତ୍ଥାନ ଓ ବିକାଶ ପାଇଁ ବିନିଯୋଗ କରାଯିବ ପ୍ରାୟ ୯୦ କୋଟି ଟଙ୍କା। ବକୁଳ ଵନକୁ ଏକ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଇ ସୁରକ୍ଷିତ ରଖାଯିବ ଏହାର ଐତିହାସିକ ପରିଚୟକୁ   । ସତ୍ୟବାଦୀ ଅଞ୍ଚଳର ସାମଗ୍ରିକ ବିକାଶ ସହ ଏକ 'ଐତିହ୍ୟ କରିଡର' ନିର୍ମାଣ ପାଇଁ ବ୍ୟୟବରାଦ ହୋଇଛି ୪୯୫ କୋଟି ଟଙ୍କା   । ସେହିପରି ସୁଆଣ୍ଡୋ ଗ୍ରାମରେ ଥିବା ଗୋପବନ୍ଧୁଙ୍କ ଜନ୍ମସ୍ଥାନ  ତଥା ପୈତୃକ ବାସଗୃହକୁ ପରିଣତ କରାଯିବ ଏକ ସଂଗ୍ରହାଳୟରେ  ।

What's Your Reaction?

like

dislike

love

funny

angry

sad

wow