ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା

Sep 15, 2024 - 11:18
 0  3
ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା

ଆଉ ପଡେ ଆଗକୁ ବଢ଼ିଲା ସୁଭଦ୍ରା । ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା । ଅବଶିଷ୍ଟ ୪ ହଜାର ୯୯୯ଟଙ୍କା ୧୭ ତାରିଖରେ ଯିବ ମହିଳାଙ୍କ ଖାତାକୁ । ବାଲିଅନ୍ତାର ଭକ୍ତିମୟୀ ମହାନ୍ତିଙ୍କ ଖାତାକୁ ପ୍ରଥମେ ଯାଇଛି ଏହି ୧ ଟଙ୍କା । ଶନିବାର ରାତି ୭ଟା ୨୧ରେ ୧ ଟଙ୍କା ଯାଇଥିବା ମିଳିଛି ସୂଚନା । ସୁଭଦ୍ରା'ଶୋଭାଯାତ୍ରାରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ଯୋଜନା ଚାଲିବ ବୋଲି ଦେଇଛନ୍ତି ଆଶ୍ୱାସନା। ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କ କାଉଣ୍ଟକୁ ଆସନ୍ତା ୧୭ରେ ଯିବ 'ସୁଭଦ୍ରା' ଯୋଜନାର ପ୍ରଥମ କିସ୍ତି। ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା କରିସାରିଲେଣି ପଞ୍ଜୀକରଣ । ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । 

What's Your Reaction?

like

dislike

love

funny

angry

sad

wow