ସ୍ନାନ ଯାତ୍ରାରେ ନଜର ରଖିବ ୩୦୦ ସିସିଟିଭି

Jun 27, 2026 - 17:39
 0  0
ସ୍ନାନ ଯାତ୍ରାରେ ନଜର ରଖିବ ୩୦୦ ସିସିଟିଭି

ସ୍ନାନଯାତ୍ରା ପୂର୍ବରୁ  ପୁରୀ ଏସ୍ପି ପ୍ରତୀକ ସିଂହଙ୍କର ଏକ ସାମ୍ବାଦିକ  ସମ୍ମିଳନୀରେ ସ୍ନାନଯାତ୍ରା ପ୍ରସ୍ତୁତି ନେଇ ପୋଲିସ ରଖିଛି ସବିଶେଷ ତଥ୍ୟ । ଶ୍ରୀ ସିଂ କହିଛନ୍ତି ଯେ,  ସ୍ନାନଯାତ୍ରା ଦିନ ଭୁବନେଶ୍ୱରରୁ ଆସୁଥିବା ସମସ୍ତ ଗାଡ଼ି ପାଇଁ ମାର୍କେଟ ଛକରେ କରାଯାଇଛି ପାର୍କିଂ ବ୍ୟବସ୍ଥା । ସମୁଦ୍ର କୂଳକୁ ଯିବାକୁ ହେଲେ ଦିଗବାରେଣୀ ନିକଟରେ କରାଯିବ ଗାଡ଼ି ପାର୍କିଂ । ପୁରୀକୁ ଯାଉଥିବା ସମସ୍ତ ବସ୍  ପାଇଁ ମାଳତୀପାଟପୁରରେ ହୋଇଛି ରହଣୀ ବ୍ୟବସ୍ଥା । ଶରଧାବାଲିରେ ସିଟି ବସ୍ ଓ ତାଳବଣିଆରେ ରହିବ ପର୍ଯ୍ୟଟନ ବସ୍ । ସିଟି ରୋଡ୍ରେ ଦିଆଯାଇନାହିଁ କୌଣସି ବସ୍ ଚଳାଚଳ ପାଇଁ ଅନୁମତି । ସେହିପରି ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଯାନବାହନ ଚଳାଚଳ ହୋଇଛି ନିଷିଦ୍ଧ । ସେହିଭଳି ସିଂହଦ୍ୱାର ଦେଇ ଭକ୍ତ କରିବେ ମନ୍ଦିର ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ  । ପୁରା ସିସିଟିଭି ନଜରରେ ରହିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ । ଶ୍ରୀମନ୍ଦିର ଭିତରେ ଲାଗିଛି ୫୨ ଓ ବାହାରେ ୨୫୦ ସିସିଟିଭି । ଏହାସହିତ ସହରର ବିଭିନ୍ନ ସମ୍ୱେଦନଶୀଳ ସ୍ଥାନରେ ଲାଗିଛି ୩୦ଟି ସିସିଟିଭି । 

What's Your Reaction?

like

dislike

love

funny

angry

sad

wow