ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି

Aug 20, 2024 - 13:27
 0  1
ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି

ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ହୋଇଛି ଆରମ୍ଭ । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ପରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା ପରେ ଗୃହକୁ ମୁଲତବି ଘୋଷଣା କରାଯାଇଛି। ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ବିୟୋଗରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା । ଫଳରେ ବାଚସ୍ପତି ସୁରମା ପାଢୀ ପ୍ରଥମେ ଗୃହକୁ ମୁଲିତବି ଘୋଷଣା କରିଥିଲେ ୧୧ଟା ୪୧ ମିନିଟ ପର୍ଯ୍ୟନ୍ତ । ଆଜିଠୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୩ ଯାଏଁ ଚାଲିବ ଅଧିବେଶନ। ସେପ୍ଟେମ୍ବର ୧୦ରେ  ଆସିବ ବ୍ୟୟ ମଞ୍ଜୁରୀ ବିଲ୍।

What's Your Reaction?

like

dislike

love

funny

angry

sad

wow