ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ସମ୍ମାନ

Jul 23, 2024 - 15:59
 0  1
ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ସମ୍ମାନ

ଅଲିମ୍ପିକ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଭାରତୀୟ ଶୁଟିଂ କିମ୍ବଦନ୍ତୀ ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ପୁରସ୍କାରରେ କରିବ ସମ୍ମାନିତ। ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବର ଦିନେ ପୂର୍ବରୁ ଅଗଷ୍ଟ ୧୦ରେ ପ୍ୟାରିସରେ ୧୪୨ତମ ଆଇଓସି ଅଧିବେଶନ ବେଳେ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ଆଇଓସି ସଭାପତି ଏ ସମ୍ପର୍କିତ ଏକ ଚିଠି ଜୁଲାଇ ୨୦ରେ ବିଦ୍ରାଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ ଏହି ପୁରସ୍କାର ପାଇଁ ଅଲିମ୍ପିକ ଅର୍ଡର୍ସ କାଉନ୍‌ସିଲ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ ଦେଇଥାଏ। କାର୍ଯ୍ୟନିର୍ବାହୀ ବୋର୍ଡ ବିଜେତା ସ୍ଥିର କରିଥାଏ। ଅଲିମ୍ପିକ ଅର୍ଡର ପରସ୍କାର ପାଇଁ ବିନ୍ଦ୍ରାଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଅଭିନନ୍ଦନ ଜଣାଇଛନ୍ତି। ବିନ୍ଦ୍ରାଙ୍କୁ ବର୍ତ୍ତମାନ ୪୧ ବର୍ଷ ବୟସ। ସେ ହେଉଛନ୍ତି ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା। ୨୦୦୮ ବେଜିଂ ଗେମ୍ସରେ ସେ ଏହି ପଦକ ହାସଲ କରିଥିଲେ। ୨୦୧୦ରୁ ୨୦୨୦ ପର୍ଯ୍ୟନ୍ତ ବିନ୍ଦ୍ରା ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଆଥଲେଟିକ୍‌ କମିଟିର ସଦସ୍ୟ ଥିଲେ। ୨୦୧୮ରୁ ସେ ଆଇଓସି ଆଥଲେଟ କମିଶନର ସଦସ୍ୟ ରହିଆସିଛନ୍ତି।

What's Your Reaction?

like

dislike

love

funny

angry

sad

wow