ଆଗକୁ ଅନଲାଇନ କ୍ଲାସ କରାଯିବାକୁ ନିଆଯାଇପାରେ ନିଷ୍ପତି ।

ଆଗକୁ ଅନଲାଇନ କ୍ଲାସ କରାଯିବାକୁ ନିଆଯାଇପାରେ ନିଷ୍ପତି । ଗ୍ରୀଷ୍ମ ପ୍ରବାହ ବଢିଚାଲିଥିବା ବେଳେ ଏହାକୁ ଲକ୍ଷ୍ୟ କରି ସ୍କୁଲ କେବେ ଖୋଲିବ ସେନେଇ ପରେ ନିଷ୍ପତ୍ତି ନେବ ଶିକ୍ଷା ବିଭାଗ । ତେବେ ସମୟ ଆଗରୁ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଆଗକୁ ଅନଲାଇନ କ୍ଲାସ କରାଯିବା ନେଇ ହୋଇପାରେ ଆଲୋଚନା । ଖରା ବଢୁଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଖୁବଶୀଘ୍ର ଏହି ଅନଲାଇନ କ୍ଲାସ ପାଇଁ ଆଲୋଚନା କରାଯିବା ନେଇ କହିଛନ୍ତି ମନ୍ତ୍ରୀ । ସେପଟେ ଗ୍ରୀଷ୍ମପ୍ରବାହ ପାଇଁ ସ୍କୁଲ ବନ୍ଦ ନେଇ ତାଗିଦ କରିଛନ୍ତି ଶିକ୍ଷା ବିଭାଗ । ହେଲେ ସବୁ ନିୟମକୁ ବେଖାତିର କରି କିଛି ସ୍ଥାନରେ ଚାଲିଛି ବିଦ୍ୟାଳୟ । କିନ୍ତୁ ଏନେଇ ଶକ୍ତ ଆଭିମୁଖ୍ୟ ନେଇଛି ଶିକ୍ଷା ବିଭାଗ। ଏହାର ଅନୁଧ୍ୟାନ କରୁଛି ଗଣଶିକ୍ଷା ବିଭାଗ । ଯଦି ନିୟମକୁ ଅବମାନନା କରି ସ୍କୁଲ ଖୋଲା ହେଉଥିବା ଲକ୍ଷ୍ୟ କରାଯିବ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
What's Your Reaction?






