କେବଳ ଖେଳ ନୁହେଁ ଦେଶ ପ୍ରତି ମଧ୍ୟ ଦାୟିତ୍ୱ ଗ୍ରହଣ କରିଥାଏ ଭାରତୀୟ ଦଳ

Dec 27, 2024 - 13:13
 0  3
କେବଳ ଖେଳ ନୁହେଁ ଦେଶ ପ୍ରତି ମଧ୍ୟ ଦାୟିତ୍ୱ ଗ୍ରହଣ କରିଥାଏ ଭାରତୀୟ ଦଳ

ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୫-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୨୬ରୁ ଖେଳା ହେବାକୁଯାଉଛି। ଏଥିରେ  ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି କରିଛି ଦୃଢ ପ୍ରଦର୍ଶନ। ପ୍ରଥମ ଦିନର ଖେଳରେ ଅଷ୍ଟ୍ରେଲିଆ ଦଳ ୮୬ ଓଭରରେ ୬ ଉଇକେଟ ହରାଇ ୩୧୧ ରନ କରିଥିଲା ସଂଗ୍ରହ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ କଳା ବ୍ୟାଣ୍ଡ୍‌ ପିନ୍ଧି ଆସିଥିଲେ ପଡ଼ିଆକୁ। ଏହି ଦୃଶ୍ୟ ଦର୍ଶକ ଏବଂ ପ୍ରଶଂସକଙ୍କ ପାଇଁ ପାଲଟିଥିଲା ଆଲୋଚନାର ବିଷୟ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବାକୁ ଟିମ ଇଣ୍ଡିଆ ନେଇଛି ଏହି ପଦକ୍ଷେପ। ପଡ଼ିଆରେ ଖେଳାଳିମାନେ ପିନ୍ଧିଥିବା କଳା ବ୍ୟାଣ୍ଡ ଏହାର ପ୍ରତୀକ ଥିଲା ଯେ ଦଳ କେବଳ ଖେଳ ନୁହେଁ ଦେଶ ପ୍ରତି ମଧ୍ୟ ଦାୟିତ୍ୱ ଗ୍ରହଣ କରିଥାଏ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହି ଦୃଢ ବାର୍ତ୍ତା ଦେଇଛି।ଡକ୍ଟର ମନମୋହନ ସିଂ ୨୬ ଡିସେମ୍ବର ୨୦୨୪ ନୂଆଦିଲ୍ଲୀରେ ୯୨ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ସେ ଭାରତର ଦୀର୍ଘତମ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସେ ୟୁପିଏ ସରକାରର ନେତୃତ୍ୱ ନେଇଥିଲେ। ଏହାପୂର୍ବରୁ ୧୯୯୧ରେ ଅର୍ଥମନ୍ତ୍ରୀ ଭାବରେ ସେ ଭାରତର ଅର୍ଥନୈତିକ ସଂସ୍କାରର ମୂଳଦୁଆ ପକାଇଥିଲେ ଯାହା ଦେଶର ବିକାଶ ଦିଗରେ ଏକ ବଡ ପଦକ୍ଷେପ ବୋଲି  କରାଯାଏ ବିବେଚନା।

What's Your Reaction?

like

dislike

love

funny

angry

sad

wow