ଭାରତ ପାକିସ୍ତାନ ମଧ୍ୟରେ ଆଜି ଜୋରଦାର ମୁକାବିଲା

ଭାରତ ପାକିସ୍ତାନ ମଧ୍ୟରେ ଆଜି ଜୋରଦାର ମୁକାବିଲା । ଚାମ୍ପିୟନ୍ସ ଟ୍ରଫିରେ ଆଜି ଚାମ୍ପିୟନଙ୍କ ମଧ୍ୟରେ ଲଢେଇ । ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବିଙ୍କ ମଧ୍ୟରେ ଯେତେବେଳେ ବି ମ୍ୟାଚ ହୋଇଥାଏ, ସେତେବେଳେ ଦେଖିବାକୁ ମିଳିଥାଏ କଡା ଟକ୍କର । ଦୁବାଇ ପିଚ୍ ପାକିସ୍ତାନ ଖେଳାଳିଙ୍କ ପାଇଁ ରହିବ ଅନୁକୂଳ। କାରଣ ଦୁବାଇରେ ସର୍ବାଧିକ ଦିନିକିଆ ମ୍ୟାଚ ଖେଳିଛି ପାକିସ୍ତାନ । ପାକିସ୍ତାନ ୨୨ ଦିନିକିଆ ମ୍ୟାଚ ଏଠାରେ ଖେଳିଛି ଯେଉଁଠି ୧୩ ମ୍ୟାଚରେ ସାମ୍ନା କରିଛି ପରାଜୟର । ସେହିପରି ଭାରତ ୭ ମ୍ୟାଚ ଖେଳିଛି ଦୁବାଇରେ ଯେଉଁଠି ସେ ସବୁ ମ୍ୟାଚରେ ହୋଇଛି ବିଜୟୀ । ଅନ୍ୟପଟେ ଭାରତୀୟ ଦଳର ଖେଳାଳିମାନେ ଆଇପିଏଲର ଅଧିକାଂଶ ମ୍ୟାଚରେ ଦୁବାଇରେ ଖେଳିଛନ୍ତି । ତେଣୁ ଦୁବାଇର ପିଚ୍ ସହ ଭାରତୀୟ ଖେଳାଳି ବି ବେଶ ଅଭ୍ୟସ୍ତ । ତେଣୁ ଦୁବାଇରେ ଦମ ଦେଖାଇବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି । ଦିନିକିଆରେ ଭାରତ-ପାକିସ୍ତାନ ୧୩୫ ଥର ହୋଇଛନ୍ତି ମୁହାଁମୁହିଁ। ଯେଉଁଥିରେ ଭାରତ ୫୭ ଥର ବିଜୟୀ ହୋଇଥିଲା ବେଳେ ୭୩ଥର ବିଜୟୀ ହୋଇଛି ପାକିସ୍ତାନ। ତେଣୁ ଦୁବାଇରେ ଭାରତ ପାକିସ୍ତାନକୁ କଡା ଟକ୍କର ଦେବ ବୋଲି ଆଶା ରଖିଛନ୍ତି ପ୍ରଶସଂକ।
What's Your Reaction?






