ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତରେ ଦୁର୍ନୀତି

ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତରେ ଦୁର୍ନୀତି । ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ଦୁଇ ପୁଅ । ବିନା କାମରେ ସାଢ଼େ ୭ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଆସିଛି ଅଭିଯୋଗ । ସରପଞ୍ଚଙ୍କ ବଡ଼ପୁଅ ସତ୍ୟବ୍ରତ ବରାଳ ଓ ସାନପୁଅ ଉତ୍ତମ ବରାଳ ଭିଜିଲାନ୍ସ ଦ୍ୱାରା ହୋଇଛନ୍ତି ଗିରଫ।ଗିରଫ ଭୟରେ ଫେରାର ଅଛନ୍ତି ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ ଏବଂ ପିଇଓ ବରୁଣ ଦାଶ ।କୋମନା ବ୍ଳକ କୁରେଶ୍ବର ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହୋଇଥିବା ହୋଇଛି ସ୍ପଷ୍ଟ।ଗତ ଜାନୁୟାରୀ ୨ରେ ଜିଲ୍ଲା ପରିଷଦ ଏପିଡି ଯୋଗେଶ୍ଵର ଭୋଇଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଏକ ଦଳ ଘଟଣାର କରିଥିଲା ତଦନ୍ତ। ଫେବୃୟାରୀ ୨ରେ ନୂଆପଡ଼ା ଜିଲ୍ଲାପାଳ, ପିଇଓ ସତ୍ୟବ୍ରତଙ୍କୁ କାର୍ଯ୍ୟରୁ କରିଥିଲେ ନିଲମ୍ବିତ। ଭବାନୀପାଟଣା ଓ ନୂଆପଡ଼ା ଭିଜିଲାନ୍ସ ଦଳ ସରପଞ୍ଚଙ୍କ ଦୁଇପୁଅଙ୍କୁ ଗିରଫ କରି କରିଛନ୍ତି ଅଦାଲତ ଚାଲାଣ।
What's Your Reaction?






