ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ

Feb 23, 2025 - 12:22
 0  3
ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ

ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ। ଆସନ୍ତା ୧୨ ଘଣ୍ଟାରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା ।୯ ଜିଲ୍ଲାକୁ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ପାଇଁ ଜାରି ହୋଇଛି କମଳା ସର୍ତକତା। ବାଲେଶ୍ୱର , ଭଦ୍ରକ ,ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ,ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝର କୁ ସତର୍କ ସୂଚନା ରହିଥିବା ବିବେଳେ ଏହି ସମୟରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେହିପରି ୧୩  ଜିଲ୍ଲାକୁ  ଜାରି ହୋଇଛି ହଳଦିଆ ସର୍ତକତା।ସମ୍ବଲପୁର,  ଦେଓଗଡ, ଅନୁଗୁଳ, ନୟାଗଡ,  ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଜପତି, ଗଂଜାମ ,ରାୟଗଡା, କଳାହାଣ୍ଡି ଓ କନ୍ଧମାଳ କୁ ସତର୍କତା ସହ ୪୦ ରୁ ୫୦ କିମି  ପବନ ବହିବାର  ସମ୍ଭାବନା ଦେଇଛି  ପାଣିପାଗ ବିଭାଗ। ସେହିପରି ଆଜି  ୪ ଜିଲ୍ଲା  ମୟୁରଭଂଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକରେ କୁଆପଥର ବର୍ଷା  ସହ ଝଡି ପବନ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ ।

What's Your Reaction?

like

dislike

love

funny

angry

sad

wow