କ୍ରିକେଟ୍‌ରୁ ବିଦାୟ ନେଲେ ଏହି କ୍ରିକେଟର୍‌

Jun 17, 2024 - 10:53
 0  1
କ୍ରିକେଟ୍‌ରୁ  ବିଦାୟ ନେଲେ ଏହି କ୍ରିକେଟର୍‌

ଟି-୨୦ ବିଶ୍ୱକପ ୨୦୨୪ ଚାଲିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଦଳ ପାଇଁ ଖେଳିଥିବା ଷ୍ଟାର ଅଲରାଉଣ୍ଡର ଡେଭିଡ ଓ୍ବିଜେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି।
ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଡେଭିଡ ପ୍ରଥମେ ଆଫ୍ରିକୀୟ ଦଳ ପକ୍ଷରୁ କ୍ରିକେଟ ପଡ଼ିଆରେ ପ୍ରବେଶ କରିଥିଲେ। ଏହା ପରେ ସେ ନାମିବ୍ୟା କ୍ରିକେଟ ଦଳର ଖେଳିଥିଲେ। ଡେଭିଡ ଭାରତର ପ୍ରତିଷ୍ଠିତ ଲିଗ ଆଇପିଏଲରେ ମଧ୍ୟ ଭାଗ ନେଇଛନ୍ତି। ଏଠାରେ ବିରାଟ କୋହଲିଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ବହୁତ ଭଲ ଥିଲା। ଡେଭିଡ ଭିଜେ ଅନ୍ତର୍ଜାତୀୟ ସ୍ତରରେ ମୋଟ ୬୯ଟି ମ୍ୟାଚ ଖେଳିବାରେ ସଫଳ ହୋଇଥିଲେ। ଏଥିରେ ୧୫ଟି ଦିନିକିଆ ମ୍ୟାଚ ଏବଂ ୫୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେ ହାରାହାରି ୨୫.୩୮ରେ ଦିନିକିଆର ୧୫ ଇନିଂସରେ ୩୩୦ ରନ ସ୍କୋର କରିବାରେ ସଫଳ ହୋଇଥିଲା। ଟି-୨୦ର ୪୦ ଇନିଂସରେ ସେ ହାରାହାରି ୨୪.୦ ରେ ୬୨୪ ରନ ସଂଗ୍ରହ କରିଥିଲେ। ସେ ଦିନିକିଆରେ ୧୫ଟି ଏବଂ ଟି-୨୦ରେ ୫୯ଟି ଉଇକେଟ୍‌ ନେଇଛନ୍ତି।

What's Your Reaction?

like

dislike

love

funny

angry

sad

wow