ଟ୍ରକ୍ ରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ

ଟ୍ରକ୍ ରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ ।ମାଡ଼ି ବସିଲା ପାଡୁଆ ପୁଲିସ। ପୁଲିସ ରାସ ଅଫିସ୍ ନିକଟରେ ଗାଡି ଯାଞ୍ଚ୍ କରୁଥିବା ସମୟରେ ଏକ ଆଇଚର୍ ଟ୍ରକ୍କୁ ସନ୍ଧେହ ହେବାରୁ ଚେକିଙ୍ଗ ବେଳେ ୧୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ।ଯାହାର କି ଆନୁମାନିକ ମୂଲ୍ୟ ପଚାଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୁଚନା ଦେଇଛି ପୁଲିସ। କୋରାପୁଟ ବୁଡ଼ିଂ ଗ୍ରାମରୁ ରାଜସ୍ଥାନକୁ ଚୋରାଚାଲାଣ ହେଉଥିଲା ଗଞ୍ଜେଇ । ଘଟଣାସ୍ଥଳରେ ପୁଲିସ ଟ୍ରକ୍ ଡ୍ରାଇଭର କୁ ଗିରଫ କରିବା ସହ, ଅନ୍ୟ ଜଣେ ଘଟଣାସ୍ଥଳରୁ ଚଂପଟ ମାରିଛି । ଏ ନେଇ ଅଧିକ ତଦନ୍ତ କରୁଛି ପୁଲିସ ।
What's Your Reaction?






