ରାଜଧାନୀରେ ବିଲ୍ଡର ସସ୍ମିତ ବିଶ୍ବାଳଙ୍କ ବୀଭତ୍ସ ହତ୍ୟା ଘଟଣାରେ ନୂଆ ମୋଡ

ରାଜଧାନୀରେ ବିଲ୍ଡର ସସ୍ମିତ ବିଶ୍ବାଳଙ୍କ ବୀଭତ୍ସ ହତ୍ୟା ଘଟଣାରେ ନୂଆ ମୋଡ । ଗତ ମାର୍ଚ୍ଚ ୧୯ ତାରିଖରେ ସସ୍ମିତଙ୍କୁ ଜୀବନରୁ ମାରିଦେବାକୁ ଦିଆଯାଇଥିଲା ଧମକ। ଏନେଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସସ୍ମିତ । ଜମି କାରବାରକୁ ନେଇ ହତ୍ୟା ଧମକ ଦେଇଥିଲେ ସୁକାନ୍ତ ବେହେରା ।ଥାନାରେ ମାମଲା ରୁଜୁ ହେବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲା ପୋଲିସ । ଯଦି ପୋଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରିଥାନ୍ତା ତେବେ ଏଭଳି ହତ୍ୟାକାଣ୍ଡକୁ ରୋକାଯାଇ ପାରିଥାନ୍ତା । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।
What's Your Reaction?






