ଦଳରେ ବଡ଼ ପରିବର୍ତ୍ତନ କଲେ ରୋହିତ ଶର୍ମା

Dec 6, 2024 - 11:27
 0  4
ଦଳରେ ବଡ଼ ପରିବର୍ତ୍ତନ କଲେ ରୋହିତ ଶର୍ମା

ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଟସ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନେଇଛି ନିଷ୍ପତ୍ତି। ଏହି ମ୍ୟାଚ୍‌ରେ ଫେରିଛନ୍ତି ରୋହିତ ଶର୍ମା। ଟସ ବେଳେ ସେ କହିଛନ୍ତି, ସେ ମଧ୍ୟମ କ୍ରମରେ ବ୍ୟାଟିଂ କରିବେ। ଏହାର ଅର୍ଥ କେବଳ କେ.ଏଲ ରାହୁଲ ଏବଂ ଯଶସ୍ବୀ ଜୟସ୍ବାଲ ଇନିଂସ ଓପନ୍‌ କରିବେ। ଏଥି ସହିତ ଶୁଭମନ ଗିଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଦଳକୁ ଫେରିଛନ୍ତି। ଦେବଦତ୍ତ ପଡିକଲ, ଧ୍ରୁବ ଜୁରେଲ ଏବଂ ୱାଶିଂଟନ ସୁନ୍ଦରଙ୍କୁ ଚଳିତ ଟେଷ୍ଟରୁ ବାଦ୍‌ ଦିଅଯାଇଛି। ଏଥି ସହିତ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ କହିଛନ୍ତି, ତାଙ୍କ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ ଆସିଛି। ଜୋସ ହାଜଲେଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡ ଫେରିଛନ୍ତି।

What's Your Reaction?

like

dislike

love

funny

angry

sad

wow