ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ। ଅତି କମରେ ଦୁଇ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ମିଳିଛି ଧମକ। ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ଏଭଳି ଏକ ଧମକପୂର୍ଣ୍ଣ ମେସେଜ ମିଳିବା ପରେ ଆହୁରି ବଢିଯାଇଛି ଭାଇଜାନଙ୍କ ଚିନ୍ତା । ଧମକ ଦେଇଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ ସଲମାନଙ୍କୁ ଧମକ ମାମଲାରେ ନୋଏଡାରୁ ଜଣେ ୨୦ ବର୍ଷିୟ ଯୁବକ ଗୁଫ୍ରାନ ଖାନଙ୍କ ଗିରଫ ପରେ ପୁଣି ମିଳିଛି ଏଭଳି ଧମକ ।
What's Your Reaction?