ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲ ମ୍ୟାଚ ଖେଳି ପାରିବେ ନାହିଁ ଅମିତ ରୋହିଦାସ

Aug 5, 2024 - 12:14
 0  10
ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲ ମ୍ୟାଚ ଖେଳି ପାରିବେ ନାହିଁ ଅମିତ ରୋହିଦାସ

ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫଆଇଏଚ) ଭାରତର ଅମିତ ରୋହିଦାସଙ୍କ ଉପରେଲଗାଇଛି  ଗୋଟିଏ ମ୍ୟାଚ  ପ୍ରତିବନ୍ଧକ । ଫଳରେ ସେ ମଙ୍ଗଳବାର ଜର୍ମାନୀ ବିପକ୍ଷରେ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲ ମ୍ୟାଚ ଖେଳି ପାରିବେ ନାହିଁ। ରବିବାର ବ୍ରିଟେନ ବିପକ୍ଷରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ରୋହିଦାସଙ୍କୁ ଏରେଡ କାର୍ଡ ଦେଖାଯାଇଥିଲା। ଫଳରେ ସେ ଦ୍ୱିତୀୟ କ୍ୱାର୍ଟରରୁ ଫିଲ୍ଡ ଛାଡିଥିଲେ। ବ୍ରିଟେନକୁ ପରାସ୍ତ କରି ଭାରତୀୟ ହକି ଦଳ ସେମିଫାଇନାଲରେ କରିଛି ପ୍ରବେଶ। ମ୍ୟାଚର ୧୭ତମ ମିନିଟରେ ରୋହିଦାସଙ୍କ ହକି ଷ୍ଟିକ ଜଣେ ବ୍ରିଟିଶ ଖେଳାଳିଙ୍କ ମୁଣ୍ଡରେ ବାଜିଥିଲା, କିନ୍ତୁ ରେଫରି ଏହାକୁ ଏକ ସୁଚିନ୍ତିତ କାର୍ଯ୍ୟ ବୋଲି ଭାବି ତାଙ୍କୁ ସମଗ୍ର ମ୍ୟାଚରୁ ଦେଇଥିଲେ ବାଦ। ଏହିପରି ଭାରତୀୟ ଦଳ ପ୍ରାୟ ୪୨ ମିନିଟ ପାଇଁ ୧୦ ଖେଳାଳିଙ୍କ ସହ ଖେଳିଥିଲେ। ତେବେ ହରମାନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ହାର ମାନି ନ ଥିଲେ ଏବଂ ସେମିଫାଇନାଲରେ ପ୍ରବେଶ କରିବାକୁ ପେନାଲ୍ଟି ଶୁଟଆଉଟରେ ବ୍ରିଟେନକୁ ପରାସ୍ତ କରିଥିଲେ। ପ୍ୟାରିସ୍‌ ଅଲିମ୍ପିକ୍ସରେ ହକି ଇଭେଣ୍ଟରେ ଅମ୍ପାୟାରର ଗୁଣବତ୍ତା ଉପରେ ହକି ଇଣ୍ଡିଆ ଆନୁଷ୍ଠାନିକ ଭାବେ ଉଦ୍‌ବେଗ ପ୍ରକାଶ କରିଥିଲା। ଏହି ଅଭିଯୋଗ ଭାରତ ଏବଂ ବ୍ରିଟେନ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ସହିତ ଜଡିତ ଥିଲା।

What's Your Reaction?

like

dislike

love

funny

angry

sad

wow