ଅବିର୍ଭବ-ଅଥର୍ବ ହେଲେ ସୁପରଷ୍ଟାର ସିଙ୍ଗର ୩ର ବିଜେତା

Aug 5, 2024 - 12:08
 0  10
ଅବିର୍ଭବ-ଅଥର୍ବ ହେଲେ ସୁପରଷ୍ଟାର ସିଙ୍ଗର ୩ର ବିଜେତା

ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ସୁପରଷ୍ଟାର ସିଙ୍ଗର ୩ ଶେଷ ହୋଇଛି । ଶେଷରେ ୫ମାସ ପରେ ଶୋ’ ପାଇଲା ଏହାର ବିଜେତା। ଏହି ସିଜରେ ବହୁ ଭଲ ଭଲ ପ୍ରତିଯୋଗୀ ଥିଲେ, କିନ୍ତୁ କେରଳ ଏବଂ ଝାଡ଼ଖଣ୍ଡର ଦୁଇ ବାଳକ ଜିତିଛନ୍ତି ବିଜୟର ଟ୍ରଫଇ। ଏମାନେ ହେଲେ ଅବିର୍ଭବ ଏବଂ ଅଥବର୍ର୍ ବକ୍ସି ସୁପରଷ୍ଟାର ସିଙ୍ଗର ୩ବିଜେତା ହୋଇ ଇତିହାସ ସୃଷ୍ଟି କରିଛନ୍ତ। ଉଭୟେ କେବଳ ଜନସାଧାରଣଙ୍କ ନୁହେଁ ବରଂ ଶୋ’ର ବିଚାରପତିମାନଙ୍କ ହୃଦୟ ଜିତିଥିଲେ। ସୋସିଆଲ ମିଡିଆରେ ପ୍ରଶଂସକଙ୍କ ତରଫରୁ ଅବିର୍ଭବ ଏବଂ ଅଥର୍ବଙ୍କୁ ଅନେକ ଅଭିନନ୍ଦନ ଦିଆଯାଉଛି।ସୁପରଷ୍ଟାର ସିଙ୍ଗର ୩ର ଗ୍ରାଣ୍ଡ ଫାଇନାଲ ୪ଅଗଷ୍ଟରେ ହୋଇଥିଲା। ସମସ୍ତ ପ୍ରତିଯୋଗୀମାନେ ଶୋ’ର ଶେଷ ଏପିସୋଡରେ କଠିନ ପରିଶ୍ରମ କରିଥିଲେ। ପ୍ରକାଶ ଥାଉକି, ଅବିର୍ଭବ ଏବଂ ଆଥର୍ବ ନିଜର ପ୍ରଦର୍ଶନ ସହିତ ବିଚାରପତିମାନଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଶକ୍ତିଶାଳୀ ପ୍ରଦର୍ଶନ ପରେ କେରଳର ଅବିର୍ଭବ ଏସ ଏବଂ ଝାଡ଼ଖଣ୍ଡର ଅଥର୍ବ ବକ୍ସି ଟ୍ରଫି ଜିତିଥିଲେ। ଟ୍ରଫି ବ୍ୟତୀତ ଉଭୟ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନଗଦ ପୁରସ୍କାର ମଧ୍ୟ ପାଇଛନ୍ତି। ଟ୍ରଫି ବ୍ୟତୀତ ଉଭୟ ବିଜେତାଙ୍କୁ ମଧ୍ୟ ପ୍ରତ୍ୟେକଙ୍କୁ ୧୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସମଗ୍ର ସିଜନରେ ଅବିର୍ଭବ ଏବଂ ଅଥର୍ବ ଉଭୟ ଜଜ ଏବଂ ଦର୍ଶକଙ୍କୁ ସେମାନଙ୍କ ଗୀତରେ ଆକର୍ଷିତ କରିଥିଲେ। ଭେଟେରାନ ଗାୟକ ଅରିଜିତ ସିଂଙ୍କ ସହ ଲିଟିଲ ଅଥର୍ବଙ୍କୁ ମଧ୍ୟ ତୁଳନା କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow