ଦ୍ରାବିଡଙ୍କୁ ପଛରେ ପକାଇଲେ ରୋହିତ

ଶ୍ରୀଲଙ୍କା ବିପକ୍ଷ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ଭାରତୀୟ ଦଳକୁ। ଆୟୋଜକମାନେ ଭାରତକୁ ପରାସ୍ତ କରିଛନ୍ତି ୩୨ ରନରେ। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୃଢ ପ୍ରଦର୍ଶନ କରି ପୂର୍ବତନ ଭେଟେରାନ ଖେଳାଳି ରାହୁଲ ଦ୍ରାବିଡଙ୍କୁ ପକାଇଥିଲେ ପଛରେ।ଶ୍ରେଲଙ୍କା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଅଧିନାୟକ ରନ ଦୃଷ୍ଟିରୁ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ତଥା ଖେଳାଳି ରାହୁଲ ଦ୍ରାବିଡଙ୍କୁ ପଛରେ ପକାଛନ୍ତି। ଏହି ମ୍ୟାଚ ଆରମ୍ଭ ପୂର୍ବରୁ ହିଟମ୍ୟାନ ତାଙ୍କ କ୍ୟାରିୟରରେ ୨୬୩ଟି ଦିନିକିଆ ମ୍ୟାଚରେ ୧୦,୭୬୭ ରନ ସ୍କୋର କରିଥିଲେ, କିନ୍ତୁ ଦୁଇ ରନ ସ୍କୋର କରିବା ପରେ ସେ ପୂର୍ବତନ ବ୍ୟାଟ୍ସମ୍ୟାନଙ୍କଠାରୁ ଆଗରେ ଯାଇଥିଲେ। ସେ ବର୍ତ୍ତମାନ ଏହି ତାଲିକାରେ ଆସିଛନ୍ତି ଚତୁର୍ଥ ସ୍ଥାନକୁ। ୩୪୦ ଦିନିକିଆ ମ୍ୟାଚରେ ଦ୍ରାବିଡଙ୍କ ନାମରେ ରହିଛି ୧୦,୭୬୮ ରନ। ରୋହିତ ୨୬୪ ମ୍ୟାଚରେ ୧୦,୮୩୧ ରନ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର ଶୀର୍ଷରେ ଥିବାବେଳେ ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।
What's Your Reaction?






